ଖୁବ୍‌ଶୀଘ୍ର ପ୍ରକାଶ ପାଇବ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ

କଟକ: ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌) ପରୀକ୍ଷାଫଳ ଚଳିତମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ା ଏଥିସହ ସେପ୍ଟେମ୍ବର ତୃତୀୟ ସପ୍ତାହରେ ସାକ୍ଷାତ୍‌କାର ଅନୁଷ୍ଠିତ ହେବ। ଏନେଇ ବୁଧବାର ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର ଅଧ୍ୟକ୍ଷ ସତ୍ୟଜିତ୍‌ ମହାନ୍ତି ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି, ୨୦୨୦ ଓସିଏସ୍‌ ଲିଖିତ ପରୀକ୍ଷା ଏହି ସପ୍ତାହାନ୍ତରେ ପ୍ରକାଶ ପାଇବ ା ଏ ସମ୍ପର୍କିତ ଅଧିକ ତଥ୍ୟ ଓପିଏସ୍‌ସି ୱେବ୍‌ସାଇଟ (www.opsc.gov.in)ରେ ଉପଲବ୍ଧ ହେବ।

Related Articles

Back to top button