ମେଡିସିନ୍ ପାଇଁ ନୋବେଲ ୨୦୨୩ ଘୋଷଣା

ମେଡିସିନ୍ ପାଇଁ ନୋବେଲ ଘୋଷଣା। ବର୍ଷ ୨୦୨୩ ପାଇଁ ୨ ବୈଜ୍ଞାନିକଙ୍କୁ ମିଳିବ ନୋବେଲ୍ ପୁରସ୍କାର। ସେମାନେ ହେଲେ ହଙ୍ଗେରୀ-ଆମେରିକାନ୍ ନାଗରିକ କାଟାଲିନ୍ କାରିକୋ ଓ ଆମେରିକା ନାଗରିକ ଡ୍ରିଉ ୱିଜମ୍ୟାନ। MrNA-କୋଭିଡ ଭ୍ୟାକ୍ସିନ୍ କ୍ଷେତ୍ରରେ ଗବେଷଣା ପାଇଁ ୨ ବୈଜ୍ଞାନିକଙ୍କୁ ମନୋନୀତ କରାଯାଇଛି।

ଆଜି ଏହି ଘୋଷଣା କରିଛି ସ୍ୱିଡେନ୍‌ର ନୋବେଲ ଏକାଡେମୀ। ୨୦୨୦ରେ ବିଶ୍ୱରେ ଆରମ୍ଭ ହୋଇଥିଲା କୋଭିଡ ମହାମାରୀ, ଯାହା ସାରା ବିଶ୍ୱକୁ ଗ୍ରାସିଥିଲା। ବିଶ୍ୱର ମାନବ ସମାଜ ପ୍ରତି ଏହା ବଡ଼ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିଥିଲା। କରୋନା ସହ ଲଢ଼ିବା ପାଇଁ MrNA-କୋଭିଡ ଭ୍ୟାକ୍ସିନ୍ ଗବେଷଣା କ୍ଷେତ୍ରରେ କାଟାରିନ୍ ଓ ୱିଜମ୍ୟାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା।

ପ୍ରଥମ ଥର ୧୯୦୧ରେ ନୋବେଲ୍‌ ପୁରସ୍କାର ଦିଆଯାଇଥିଲା। ୧୯୬୮ରେ ସ୍ୱିଡେନ୍‌ର ସେଣ୍ଟ୍ରାଲ ବ୍ୟାଙ୍କ୍‌ ଏଥିରେ ଆଉ ଏକ କାଟେଗୋରୀ ଇକୋନୋମିକ୍‌ ସାଇନ୍ସେସ୍‌କୁ ଯୋଡ଼ିଥିଲା। ନୋବେଲ ପୁରସ୍କାର ପାଇଥିବା ବ୍ୟକ୍ତିତ୍ୱଙ୍କୁ ଏକ ଡିପ୍ଲୋମା, ଏକ ମେଡାଲ୍‌ ସହ ୧୦ ମିଲିୟନ ସ୍ୱିଡିଶ୍‌ କ୍ରୋନା (ପାଖାପାଖି ୭୫୭୬୪୭୨୭ ଟଙ୍କା)ର ନଗଦ ରାଶି ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ଅଲ୍‌ଫ୍ରେଡ୍‌ ନୋବେଲ୍‌ଙ୍କ ପୁଣ୍ୟତିଥି ଅର୍ଥାତ୍‌ ଡିସେମ୍ବର ୧୦ରେ ପ୍ରଦାନ କରାଯାଏ।

Related Articles

Back to top button