ଆଜି ତିନି ତିନିଟି ସ୍ବର୍ଣ୍ଣ ପଦକ ହାତେଇଛି ଭାରତ

ହାଙ୍ଗଝୋ ଏସିଆନ ଗେମସରେ ଭାରତକୁ ସ୍ବର୍ଣ୍ଣ ବର୍ଷା। ଆଜି ତିନି ତିନିଟି ସ୍ବର୍ଣ୍ଣ ପଦକ ହାତେଇଛି ଭାରତ। ୩ ହଜାର ମିଟର ଷ୍ଟିପଲଚେଜ୍ ପୁରୁଷ ବର୍ଗରେ ଗୋଲଡ୍ ଜିତିଛନ୍ତି ଅବିନାଶ ସାୱଲେ। ସଟପୁଟରେ ତଜିନ୍ଦର ପାଲ ସିଂହ ତୁର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସୁଟିଂର ମିଳିତ ବର୍ଗରେ ସ୍ବର୍ଣ୍ଣ ଜିତିଛି ଭାରତ।

ସେପଟେ ବକ୍ସିଂରେ ଆଉ ଏକ ରୌପ୍ୟ ପଦକ ହାତେଇଛି ଭାରତ। ବକ୍ସିଂର ୫୦ କେଜି ମହିଳା ବର୍ଗରେ ନିଖତ ଜରିନ ଫାଇନାଲରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ୨୦୨୨ରେ ଚାମ୍ପିଅନ ହେବା ପରେ ଏହା ନିଖତଙ୍କ ପ୍ରଥମ ପରାଜୟ। ୧୫ଶହ ମିଟର ଦୌଡ ମହିଳା ବର୍ଗରେ ହରମିଲନ ବେନସ୍ ରୌପ୍ୟ ପଦକ ଜିତିଛନ୍ତି। ୧୫ଶହ ମିଟର ଦୌଡ ପୁରୁଷ ବର୍ଗରେ ଅଜୟ କୁମାର ସରୋଜ ରୌପ୍ୟ ପଦକ ଜିତିଥିବାବେଳେ ଜିନସନ ଜନସନ ବ୍ରୋଂଜ ପଦକ ଜିତିଛନ୍ତି।

ସେହିପରି ମୁରଲୀ ଶ୍ରୀଶଙ୍କର ଲଙ୍ଗ ଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି । ହେପଥାଲନର ମହିଳା ବର୍ଗରେ ନନ୍ଦିନୀ ଅଗାସାରା ବ୍ରୋଂଜ ପଦକ ଜିତିଛନ୍ତି୍ । ଆଜି ଗୋଲଫରେ ଭାରତକୁ ମିଳିଥିଲା ପ୍ରଥମ ମେଡାଲ। ଗୋଲ୍ଫ ଖେଳାଳି ଅଦିତି ଅଶୋକ ପ୍ରଥମ ମେଡାଲ ଜିତିଥିଲେ। ବର୍ତ୍ତମାନ ସୁଦ୍ଧା ଭାରତ ୫୧ଟି ମେଡାଲ ଜିତିଛି। ୧୩ ସ୍ବର୍ଣ୍ଣ ସହ ୧୯ ରୌପ୍ୟ ଓ ୧୯ଟି ବ୍ରୋଂଜ ପଦକ ରହିଛି। ଆଥଲେଟିକ୍ସରେ ଆଜି ଭାରତକୁ ଆହୁରି ଅନେକ ପଦକ ବିଜୟର ଆଶା ରହିଛି।

Related Articles

Back to top button