ସେକେଣ୍ଡ ହ୍ୟାଣ୍ଡ ଗାଡ଼ିର କିଣାବିକା ନିୟମରେ ପରିବର୍ତ୍ତନ: ଚୋରି ଗାଡ଼ିର ବେଆଇନ ବିକ୍ରି ଉପରେ ଲାଗିବ ରୋକ

ନୂଆଦିଲ୍ଲୀ: ଆଜିକାଲି ଦେଶର ବିଭିନ୍ନ ରାଜ୍ୟରେ ଗାଡ଼ି ଚୋରି ମାମଲା ବଢ଼ିବାରେ ଲାଗିଛି । ଗୋଟିଏ ରାଜ୍ୟରୁ ଗାଡ଼ି ଚୋରି ହୋଇ ଅନ୍ୟ ରାଜ୍ୟରେ ବିକ୍ରି ହେଉଥିବା ଦେଖାଯାଉଛି । ଏହି ଚୋରି ଯାନଗୁଡ଼ିକ କମ୍ ମୂଲ୍ୟରେ ମିଳୁଥିବାରୁ ତାହାକୁ କିଣିବାକୁ ଅନେକ ଲୋକ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ଚୋରି ଗାଡ଼ିର ବେଆଇନ ବିକ୍ରି ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସେକେଣ୍ଡ ହ୍ୟାଣ୍ଡ ଗାଡ଼ିର କିଣାବିକା ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରାଯାଇଛି । ଏହି ପରିବର୍ତ୍ତନ ଆସନ୍ତା ବର୍ଷ ଏପ୍ରିଲ ମାସ ୧ ତାରିଖରୁ ଲାଗୁ ହେବ । କେନ୍ଦ୍ରୀୟ ମୋଟର ଯାନ ରୁଲ ୧୯୮୯ର ଚ୍ୟାପ୍ଟର-୩ରେ ପରିବର୍ତ୍ତନ କରାଯାଇଥିବା ନେଇ ଘୋଷଣା କରାଯାଇଛି । ଏହି ନୂଆ ନିୟମ ଦ୍ୱାରା ସଠିକ୍ ଡିଲର ଓ ଗାଡ଼ିର ଚିହ୍ନଟ ସହଜରେ କରିହେବ । ଏଥିସହିତ ଫର୍ଜି ତରିକାରେ ଗାଡ଼ିର କିଣାବିକା ଉପରେ ଲଗାମ ଲାଗି ପାରିବ । ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇଛି ।

ନୂଆ ନିୟମରେ ଡିଲର ଓ ଗାଡ଼ି ମାଲିକଙ୍କ ମଧ୍ୟରେ ସ୍ପଷ୍ଟ ସମ୍ବନ୍ଧ ରହିବ । ଏଣିକି ଡିଲରମାନେ ନିଜ ପାଖକୁ ଆସୁଥିବା ଗାଡ଼ି ପାଇଁ ରିନ୍ୟୁଆଲ ଅଫ ରେଜିଷ୍ଟ୍ରେସନ ସାର୍ଟିଫିକେଟ, ରିନ୍ୟୁଆଲ ଅଫ୍ ସାର୍ଟିଫିକେଟ ଅଫ୍ ଫିଟନେସ, ଡୁପ୍ଲିକେଟ ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଏନଓସି, ଟ୍ରାନ୍ସଫର ଅଫ୍ ଓନରଶିପ ପାଇଁ ଆବେଦନ ଦେଇ ପାରିବେ । ଏଣିକି ଗାଡ଼ି ପାଇଁ ଇଲେକ୍ଟ୍ରୋନିକ ରେଜିଷ୍ଟର ବାଧ୍ୟତାମୂଳକ ହେବ ବୋଲି କୁହାଯାଉଛି । ଏହାଦ୍ୱାରା ଗାଡ଼ିର ମାଇଲେଜ, ଡ୍ରାଇଭ୍, ଉପଯୋଗ ସମ୍ବନ୍ଧୀୟ ସମସ୍ତ ଡିଟେଲ୍ସର ଯାଞ୍ଚ କରାଯାଇ ପାରିବ । ଗାଡ଼ିର ଯେ କୌଣସି ଡ୍ୟାମେଜ ବା ଡକ୍ୟୁମେଣ୍ଟସ ହଜିଗଲେ ତା’ର ସୂଚନା କର୍ତ୍ତୃପକ୍ଷ ପ୍ରଦାନ କରିବେ ।

Related Articles

Back to top button