ପାଣି ପିଇ ସାରିବା ପରେ ବୋତଲ ଖାଇ ପାରିବେ

ନୂଆଦିଲ୍ଲୀ: ଏଣିକି କମିଯିବ ପ୍ଲାଷ୍ଟିକ ପ୍ରଦୂଷଣ । ପ୍ଲାଷ୍ଟିକ  ଆବର୍ଜନା ମଧ୍ୟରେ ସବୁଠାରୁ ବଡ ଅଳିଆ ଥିଲା ପାଣି ବୋତଲ । ହେଲେ ଏଣିକି ପ୍ଲାଷ୍ଟିକ ବୋତଲ ପାଇଁ ପ୍ରଦୂଷିତ ହେବନି ମାଟି କି ପାଣି । କାରଣ ଏଣିକି ଏମିତି ପ୍ଲାଷ୍ଟିକ ବୋତଲରେ ପାଣି ମିଳିବ ଯାହାକୁ ଆପଣ ପାଣି ପିଇ ସାରିବା ପରେ ଆପଣ ଏହାକୁ ଖାଇ ଦେଇ ପାରିବେ ଠିକ ଆଇସକ୍ରିମ ପରି।

ବିିଶ୍ୱରେ ପ୍ରତିଦିନ ୧.୩ ଅରବ ପ୍ଲାଷ୍ଟିକ ବୋତଲ ବିକ୍ରି ହୋଇଥାଏ ।  ଏହି ବୋତଲ ସିଙ୍ଗଲ ୟୁଜ ବୋତଲ ଅଟେ । ଏଥିରୁ ମାତ୍ର ୯ ପ୍ରତିଶତ ପ୍ଲାଷ୍ଟିକ ରିସାଇକ୍ଲିଂ ହୋଇପାରିଥାଏ । ବାକି ସବୁ ବୋତଲକୁ ସମୁଦ୍ର, ନଦୀ, ନାଳରେ ଫିଙ୍ଗି ଦିଆଯାଇଥାଏ । ଯାହା ଫଳରେ ମାଟି, ପାଣି ପ୍ରଦୂଷିତ ହୋଇଥାଏ । ଏହି ତଥ୍ୟ ୧୨ ବର୍ଷର ଝିଅ ମିଡସନ ଚେକେଟ୍ସର ମନକୁ ଖୁବ ଆନ୍ଦୋଳିତ କ ରିଥିଲା ।

ସେ ଦେଖିଲା, ଏହି ବୋତଲ ଯୋଗୁ ସାମୁଦ୍ରିକ ତଟ ଖୁବ ଅପରିଷ୍କାର ହେଉଛି । ଏପରି ସ୍ଥିତିକୁ ତୁରନ୍ତ ବଦଳାଯିବା ଉଚତ । ନିଜ ପରିବାର ସହ କାଲିଫର୍ଣ୍ଣିଆ ଟ୍ରିପରେ ଯାଇଥିବାବେଳେ ତା ମୁଣ୍ଡକୁ ଏକ ବୁଦ୍ଧି ଜୁଟିଥିଲା ।  ସେ  ଚିନ୍ତା କଲା , ଯଦି ପାଣି ପିଇ ସାରିବା ପରେ ବେତାଲକୁ ଖାଇ ହୁଅନ୍ତା ତେବେ ଆବର୍ଜନା କମି ଯାଆନ୍ତା । ଏହି ଆଇଡିଆକୁ କାମରେ ଲଗାଇବା ପାଇଁ ସେ ଲାଗି ପଡିଲା ।  ସେ ଏହି ବୋତଲର ନାଁ ଦେଇଥିଲେ ‘ଇକୋ ହରୋ’ । ଏହି ବୋତଲ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି ଏହି ଯୁବ ବୈଜ୍ଞାନିକ ।

ଆମେରିକରା ଉଟା ସହରସ୍ଥିତ ଏକ ସ୍କୁଲରେ ପଢନ୍ତି ମେଡିସନ । ସ୍କୁଲର ବିଜ୍ଞାନମେଳା ପାଇଁ ସେ ଏହି ପ୍ରୋଜେକ୍ଟ ପ୍ରସ୍ତୁତ କରିବାକୁ ଚାହିଁଲେ । ଏ ବିଷୟରେ ଜାଣିବା ପାଇଁ ସେ ପଢାପଢି କରୁ କରୁ ‘ରିଭର୍ସ ସଫେୟରିଫିକେଶନ’ ପ୍ରକ୍ରିୟା ବିଷୟରେ ପଢିଲେ । ଏହି ପ୍ରକ୍ରିୟାରେ ତରଳ ପଦାର୍ଥକୁ ଜେଲ ଝିଲ୍ଲିରେ ରଖାଯାଏ । ଏଥିରୁ ସେ ଖାଇ ପାରୁଥିବା ପାଣି ବୋତଲର ଆଇଡିଆ ପାଇଥିଲେ ।

ଏହା ପରେ ମେଡିସନ ପାଣି, ଲେମ୍ବୁ ଜୁସ, କ୍ୟାଲସିୟମ ଲେକଟେଟ, ଜୈନଥନ ଗମ ଏବଂ ସୋଡିୟମ ଅଲ୍ଗିନେଟ ମିଶ୍ରଣରେ ଜେଲ ପ୍ରସ୍ତୁତ କରିଥିଲେ । ଏହି ପାଉଚରେ ପାଣି ଭର୍ତ୍ତି କଲେ ଏହା ନଷ୍ଟ ହେବନି । ଏଥିରେ ୪ କପ ପାଣି ରହିପାରିବ । ଏହାକୁ ଫ୍ରିଜରେ ତିନି ସପ୍ତାହ ପର୍ଯ୍ୟନ୍ତ ରଖାଯାଇ ପାରିବ । ଏହି ଝିଲ୍ଲି ପାଉଚର ଗୋଟିଏ ପଟକୁ ଦାନ୍ତରେ ଛିଣ୍ଡାଇ କଣା କରିବା ପରେ ପାଣି ପିଇବ । ପାଣି ପିଇ ସାରିବା ପରେ ଆପଣ ଚାହିଁଲେ ଏହାକୁ ଖାଇପାରିବେ ନଚେତ  ଫିଙ୍ଗି ଦେଇ ବି ପାରିବେ ।  ଏହା ବାୟୋଡିଗ୍ରେଡେବୁଲ ।  ମେଡିସନଙ୍କର ଏଇ ନିଆରା ପ୍ରକଳ୍ପ ବିଜ୍ଞାନ ମେଳାରେ ପ୍ରଥମ ହୋଇ ଜାତୀୟ ସ୍ତର ପର୍ଯ୍ୟନ୍ତ ଯାଇଛି ।

ଏହି ଯୁବ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ସେ ଲୋକଙ୍କ ପାଇଁ କିଛି କରିବାକୁ ଚାହୁଁଛନ୍ତି । ଏହି ଚିନ୍ତାଧାରା ହିଁ ତାଙ୍କୁ ପ୍ରେରଣା ଯୋଗାଇଥିଲା । ଏହି ଇକୋ ହିରୋକୁ ôଆହୁରି ମାର୍ଜିତ, ସୁନ୍ଦର କରିବାକୁ ଚାହୁଁଛନ୍ତି ମେଡିସନ । ସେ ଏହାର ଜଳଧାରଣ କ୍ଷମତା ଅଧିକ କରିବାକୁ ଚାହୁଁଛନ୍ତି ।

Related Articles

Back to top button