ଏନଟିଆରଙ୍କ ଝିଅ ଉମା ମାହେଶ୍ବରୀଙ୍କ ବାସଭବନରୁ ଝୁଲନ୍ତା ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ

ହାଇଦ୍ରାବାଦ: ଟିଡିପି ପ୍ରତିଷ୍ଠାତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ଝିଅ ଉମା ମାହେଶ୍ବରୀଙ୍କ ପରଲୋକ ଘଟିଛି। ହାଇଦ୍ରାବାଦର ଜୁବଲି ହିଲ୍ସ ସ୍ଥିତ ବାସଭବନରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ପଠାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ନିଜର ଖରାପ ସ୍ବାସ୍ଥ୍ୟାବସ୍ଥା ଯୋଗୁଁ ସେ ବିଗତ କିଛି ମାସ ଧରି ମାନସିକ ଅବସାଦରେ ରହୁଥିଲେ। ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ଉମା ମାହେଶ୍ବରୀ ଏନଟିଆରଙ୍କ ୪ର୍ଥ କନ୍ୟା ଥିଲେ।

Related Articles

Back to top button