ପ୍ରଥମ ଦିନରେ ‘ଆଦିପୁରୁଷ’ ୧୦୦ କୋଟି ଛୁଇଁଲା

ନୂଆଦିଲ୍ଲୀ: ପ୍ରଥମ ଦିନରେ ‘ଆଦିପୁରୁଷ’ ବଲିଉଡରେ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ରେସରେ କିଙ୍ଗ ଖାନ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ମଧ୍ୟ ପଛରେ ପଡ଼ି ଯାଇଛି । ଫିଲ୍ମଟି ତେଲୁଗୁ ଭର୍ସନରେ ସର୍ବାଧିକ କଲେକ୍ସନ କରିବା ସହିତ ପ୍ରଥମ ଦିନରେ ୧୦୦ କୋଟି ଅଙ୍କ ଛୁଇଁଛି ।

ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ କୃତି ସେନନ ଓ ସୈଫ ଅଲ୍ଲୀ ଖାନ ପ୍ରମୁଖ ଅଭିନୟ କରୁଥିବା ବେଳେ ପ୍ରଥମ ଦିନରେ ଫିଲ୍ମଟି ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛି । ନିର୍ଦ୍ଦେଶକ ଓମ ରାଉତଙ୍କର ଏହି ଫିଲ୍ମ ରାମାୟଣ ଉପରେ ଆଧାରିତ ହୋଇଥିବା ବେଳେ ଫିଲ୍ମକୁ ନେଇ ବହୁତ ଚର୍ଚ୍ଚା ହେଉଛି ।

Related Articles

Back to top button