ଜାପାନୀ ଏନସେଫାଲାଇଟିସରେ ଆଉ ଜଣେ ମୃତ: ମୃତ୍ୟୁସଂଖ୍ୟା ୩୮କୁ ବୃଦ୍ଧି

ଗୌହ୍ୱାଟି: ଆସାମରେ ଜାପାନୀ ଏନସେଫାଲାଇଟିସ୍ର ପ୍ରକୋପ ଧିରେ ଧିରେ ବିସ୍ତାର କରିଚାଲିଛି । ଗତ ୨୪ ଘଣ୍ଟାରେ ଏହି ସଂକ୍ରମଣରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଏ ପର୍ଯ୍ୟନ୍ତ ଏହି ସଂକ୍ରମଣରେ ମୃତକଙ୍କ ସଂଖ୍ୟା ୩୮କୁ ପହଞ୍ଚିଛି ।

ରିପୋର୍ଟ ଅନୁଯାୟୀ ଗୋଲାଘାଟ ଓ ଦରାଙ୍ଗ ଜିଲ୍ଲାରେ ଜୁଲାଇ ୨୧ରେ ୨ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ଜୁଲାଇ ୨୦ରେ ୩ଜଣ ବ୍ୟକ୍ତି ଏହି ସଂକ୍ରମଣରେ ପ୍ରାଣ ହରାଇଥିଲେ । ମଶାରୁ ଉତ୍ପନ୍ନ ହେଉଥିବା ଜାପାନୀ ଏନ୍ସେଫାଲାଇଟିସ୍ ଏକ ଭାଇରାଲ ମସ୍ତିଷ୍କ ସଂକ୍ରମଣ ଅଟେ ।

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ଏଚ୍ଏମ୍) ଆସାମ ଅନୁଯାୟୀ ଗତ ୨୪ ଘଣ୍ଟାରେ ବିଶ୍ୱନାଥ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ନୂଆ ମାମଲା ସାମ୍ନାକୁ ଆସିଛି । ଜୁଲାଇରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ଜାପାନୀ ଏନସେଫାଲାଇଟିସର ୨୫୧ ମାମଲା ସାମ୍ନାକୁ ଆସିଛି । ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏହି ଭାଇରାଲ୍ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକୀୟ ଉପାୟ ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button