ଦ୍ରୁତ ଗତିରେ ହ୍ରାସ ପାଇବ ଜନସଂଖ୍ୟା: ଆଗାମୀ ୭୮ ବର୍ଷ ମଧ୍ୟରେ ଭାରତର ଜନସଂଖ୍ୟା ୪୧ କୋଟି କମିବ

ନୂଆଦିଲ୍ଲୀ: ଚୀନ ପରେ ଭାରତ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର। କିନ୍ତୁ ଆଗାମୀ ୭୮ ବର୍ଷ ଭିତରେ ଦେଶରେ ୪୧ କୋଟି ଜନସଂଖ୍ୟା ହ୍ରାସ ପାଇବ। ଷ୍ଟାଣ୍ଡଫୋର୍ଡ ପକ୍ଷରୁ କରାଯାଇଥିବା ଏକ ଗବେଷଣାରେ ଏପରି ସୂଚନା ଦିଆଯାଇଛି।

ଯଦିଓ ଜନବହୁଳତା ବିଭିନ୍ନ ସମ୍ପଦର ଅଭାବ ସଂକଟ ସୃଷ୍ଟି କରିଥାଏ ତେବେ ଜନସଂଖ୍ୟା କମିବା ଏସବୁର ସମାଧାନ ନୁହେଁ। ଜନସଂଖ୍ୟା ବୃଦ୍ଧି କମିଲେ ତେବେ ଜ୍ଞାନ ଓ ଜୀବନ ଶୈଳୀ ମଧ୍ୟ ସ୍ଥିର ହୋଇଯାଏ। ଆଉ ସମୟ କ୍ରମେ ଏହା ଧୀରେ ଧୀରେ ଲୁପ୍ତ ପ୍ରାୟ ହୋଇଯାଏ  ବୋଲି ଷ୍ଟାଣ୍ଡଫୋର୍ଡ ପକ୍ଷରୁ କୁହାଯାଇଛି।

ଷ୍ଟାଣ୍ଡଫୋର୍ଡ ପକ୍ଷରୁ କରାଯାଇଥିବା ଗବେଷଣା ଅନୁସାରେ ଆଗାମୀ ବର୍ଷମାନଙ୍କରେ ଭାରତର ଜନସଂଖ୍ୟା ଧୀରେ ଧୀରେ କମିବ। ଗୋଟେ ସମୟରେ ଭାରତ ଓ ଚାଇନାର ଜନସଂଖ୍ୟା ସମାନ ପ୍ରାୟ ହୋଇଯିବ। ତେବେ ଜନସାନ୍ଧ୍ରତାରେ ଉଭୟ ଦେଶ ମଧ୍ୟରେ ଅନେକ ବ୍ୟବଧାନ ଦେଖିବାକୁ ମିଳିବ। ୨୧୦୦ ବେଳକୁ ଭାରତରେ ପ୍ରତ୍ୟେକ ସ୍କୋୟାର କିଲୋମିଟର ମଧ୍ୟରେ ପାଖାପାଖି ୪୭୬ ଲୋକ ବାସ କରୁଥିବେ ଓ ଚୀନରେ ମାତ୍ର ୧୪୮ ଲୋକ ବାସ କରିବେ। ଭାରତର ଜନସଂଖ୍ୟ ସାନ୍ଧ୍ରତା ସ୍କୋୟାର କିମି ପ୍ରତି ୩୩୫କୁ କମିଯିବ। ବିଶ୍ୱ ଜନସଂଖ୍ୟାର ଘନତ୍ୱ ତୁଳନାରେ ଭାରତରେ ଭାରତର ଜନସଂଖ୍ୟା ଘନତ୍ୱ ଦ୍ରୁତ ଗତିରେ ହ୍ରାସ ପାଇବ।

ଭାରତରେ ଜନସଂଖ୍ୟା କମିବା ନେଇ ଆକଳନ କରାଯାଇଥିବାରୁ ଘନତ୍ୱ ମଧ୍ୟ କମିବା କୁହାଯାଉଛି। ବର୍ତ୍ତମାନ ଭାରତରେ ୧୪୧.୨ କୋଟି ଲୋକ ଥିବା କୁହାଯାଉଥିବା ବେଳେ ୨୧୦୦ ବେଳକୁ ଏହା ୧୦୦.୩ କୋଟି ହୋଇଯିବ। ଜାତି ସଂଘର ପପୁଲେସନ ଡିଭିଜନରେ ପ୍ରୋଜେକ୍ଟରେ ଏହି ତଥ୍ୟ ରହିଛି। ତେବେ ରିପୋର୍ଟ ଅନୁସାରେ, ଆମେରିକା ଓ ଚୀନରେ ମଧ୍ୟରେ ସମାନ ଧାରା ରହିବ। ତେବେ ଚୀନରେ ଅଧିକ ଜନସଂଖ୍ୟା ହ୍ରାସ ହେଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

ତେବେ ରିପୋର୍ଟ ଅନୁସାରେ, ଆମେରିକା ଓ ଚୀନରେ ମଧ୍ୟରେ ସମାନ ଧାରା ରହିବ। ତେବେ ଚୀନରେ ଅଧିକ ଜନସଂଖ୍ୟା ହ୍ରାସ ହେଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ୨୧୦୦ ବେଳକୁ ଚୀନରେ ଜନସଂଖ୍ୟା ୯୩.୨ କୋଟି ହ୍ରାସ ପାଇ କେବଳ ୪୯.୪ କୋଟି ହୋଇପାରେ ବୋଲି କୁହାଯାଉଛି। ପ୍ରଜନନହାର କମୁଥିବା ଦେଖି ଏହି ଆକଳନ କରାଯାଇଛି। ଆକଳନ ଅନୁସାରେ ୨୦୫୦ ପର୍ଯ୍ୟନ୍ତ ମୋଟ ପ୍ରଜନନ କ୍ଷମତା ୦.୫ ରହିପାରେ। ଭାରତରେ ଜଣେ ମହିଳା ପ୍ରତି ଜନ୍ମହାର ୧.୭୬ରୁ ୨୦୩୨ ବେଳକୁ ୧.୩୯କୁ ଖସିଆସିବ। ଆଉ ୨୦୫୨ ବେଳକୁ ହାର ୧.୨୮ ଓ ୨୦୮୨ ବେଳକୁ ୧.୨  ଏବଂ ୨୧୦୦ ବେଳକୁ ଏହି ହାର ୧.୧୦ ପ୍ରତିଶତକୁ ପହଞ୍ଚି ସାରିଥିବ।

Related Articles

Back to top button