
ଦିଲ୍ଲୀରୁ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ସେ ଏଲଏନଜେପି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଜ୍ୱର ହେବା ସହ ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ଫୁଲିଥିଲା। ଏଥିପାଇଁ ସେ ନିଜ ଆଡ଼ୁ ହସ୍ପିଟାଲ ଆସି ନମୁନା ପରୀକ୍ଷା କରିଥିଲେ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କେରଳ ପରେ ଦିଲ୍ଲୀରେ ମଙ୍କି ପକ୍ସ ବ୍ୟାପୁଥିବାରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଦିଲ୍ଲୀରେ 4 ଜଣ ମଙ୍କି ପକ୍ସ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି ।