ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨: ସ୍କ୍ବାଶରେ ସୌରଭ ଘୋଷାଲଙ୍କୁ ବ୍ରୋଞ୍ଚ ପଦକ

ବର୍ମିଂହାମ: ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ବିଭିନ୍ନ ଇଭେଣ୍ଟରେ ଖାଲି ପଦକ ବର୍ଷା ହୋଇଛି । ସ୍କ୍ବାଶ ପୁରୁଷ ସିଙ୍ଗଲ୍ସରେ ଭାରତର ଅଭିଜ୍ଞ ଖେଳାଳି ସୌରଭ ଘୋଷାଲ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ବର୍ଗରେ ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମୁକାବିଲାରେ ଇଂଲଣ୍ଡର ଜେମ୍ସ ୱିଲଷ୍ଟ୍ରିପଙ୍କୁ ୧୧-୮, ୧୧-୧, ୧୧-୪ ଗେମରେ ପରାସ୍ତ କରିଥିଲେ ସୌରଭ । ୨୦୧୮ରେ ୱିଲଷ୍ଟ୍ରିପ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏଥର ସେ ନିରାଶ କରିଛନ୍ତି । ୩୫ ବର୍ଷୀୟ ସୌରଭ ନିଜକୁ ପ୍ରମାଣ କରିଛନ୍ତି ।

ମ୍ୟାଚର ପ୍ରଥମ ୧୮ ମିନିଟ ତୀବ୍ର ପ୍ରତିନ୍ଦ୍ବତିତା ହୋଇଥିଲା । ସୌରଭ ଘୋଷାଲ ଶକ୍ତିଶାଳୀ ସାବ୍ୟସ୍ତ ହୋଇଥିଲେ । ତାଙ୍କର କଠିନ ପରିଶ୍ରମ ପାଇଁ ଦମଦାର ପ୍ରଦର୍ଶନ କରି ଆଗୁଆ ରହିଥିଲେ । ୧୧-୬, ୧୧-୧, ୧୧-୪ ମ୍ୟାଚଟିକୁ ଜିତି ନେଇଥିଲେ ।

ପଦକ ଜିତିବା ପରେ ଭାବବିହ୍ବଳ ହୋଇ ପଡିଥିଲେ ସୌରଭ । ଖୁସିରେ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା । ପୂର୍ବରୁ ସେମିଫାଇନାରେ ଜବରଦସ୍ତ ଲଢେଇ କରିଥିଲେ ମଧ୍ୟ ସୌରଭ ବିଶ୍ବର ୨ ନମ୍ବର ଖେଳାଳି ନ୍ୟୁଜିଲାଣ୍ଡ ପଲ କୁଲଙ୍କର ଠାରୁ (୧୧-୯, ୧୧-୪, ୧୧-୧) ପରାସ୍ତ ହୋଇ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲେ ।

କମନୱେଲଥରେ ସୌରଭଙ୍କର ଏହା ଦ୍ବିତୀୟ ପଦକ । ୨୦୧୮ ମିଶ୍ରତ ଡବଲ୍ସ ସ୍କ୍ବାଶରେ ଦୀପିକା ପାଲିକାଲଙ୍କ ସହ ରୌପ୍ୟ ପଦକ ଜିତିଥିଲେ ସୌରଭ । ଏହା ପୂର୍ବରୁ ୨୦୧୮ ଏସୀୟ କ୍ରୀଡାରେ ସେ ପୁରୁଷ ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ।

Related Articles

Back to top button