ରାଜ୍ୟରେ ମାତ୍ର ୭ ପ୍ରତିଶତ ଯୁବବର୍ଗ ଗ୍ରାଜୁଏଟ

ମାଗଣା ଚାଉଳ, ମାଗଣା ବୀମା, କ୍ଷମତା ପାଇଁ ବୟାନବାଜୀ, ମେଣ୍ଟ ପାଇଁ ମିଟିଂ । ଏସବୁ ଏବେ ରାଜନୀତି କରୁଥିବା ନେତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସାମଗ୍ରୀର ଦାମ ମହଙ୍ଗା କରି ଖୋଲା ବଜାରରେ ବିକିବା । ଏହାକୁ ଲୋକ ବିରୋଧ କଲେ ତାହାକୁ ଶସ୍ତା କରି କିମ୍ବା ମାଗଣା ବାଣ୍ଟି ବାହା ବାହା ନେବା । ଏହା ହେଉଛି ଭୋଟ ରାଜନୀତି । ହେଲେ ଏସବୁ ଭିତରେ ବାସ୍ତବତାକୁ ଭୁଲି ଯାଉନାହାଁନ୍ତି ତ ସରକାର । ଯାହାର ଏକ ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି ବିହାରରେ । ଏଠାରେ ଜାତିଗତ ଜନଗଣନାର ଆର୍ଥିକ ପରିସଂଖ୍ୟାନ ରିପୋର୍ଟ ସାମ୍ନାକୁ ଆସିବା ପରେ ଏଠିକାର ସରକାର କିଭଳି ଭାବେ ବିକାଶର ଅବିଛେଦ୍ୟ ଅଙ୍ଗଙ୍କୁ ପକ୍ଷପାତ କରିଛନ୍ତି ତାହା ଆପଣଙ୍କୁ ଚକିତ କରିଦେବ ।

ବିହାର ବିଧାନସଭାରେ ଆଜି ଜାତିଗତ ଜନଗଣନା ରିପୋର୍ଟ ଉପସ୍ଥାପନ ହେବ । ଏହାକୁ ନେଇ ଉଭୟ ସଦନରେ ତର୍କ ବିତର୍କ ମଧ୍ୟ ହେବ । ହେଲେ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେବା ପୂର୍ବରୁ ଜାତିଗତ ଜନଗଣନାରେ ଆର୍ଥିକ ଓ ଶିକ୍ଷା ପରିସଂଖ୍ୟାନ ସାମ୍ନାକୁ ଆସିଛି । ଏହି ତଥ୍ୟ ମୁତାବକ ରାଜ୍ୟରେ ମାତ୍ର ୭ ପ୍ରତିଶତ ଯୁବବର୍ଗ ଗ୍ରାଜୁଏଟ ବା ସ୍ନାତକ ପାସ୍ କରିପାରିଛନ୍ତି । ଆର୍ଥିକ ସ୍ଥିତି କଥା କହିଲେ ରାଜ୍ୟରେ ସମାନ୍ୟ ବର୍ଗର ଲୋକଙ୍କ ମଧ୍ୟରୁ ୨୫.୯ ପ୍ରତିଶତ ଲୋକ ଏବେ ବି ଗରିବ ସୀମାରେଖା ତଳେ ରହିଛି । ଏହି ସବର୍ଣ୍ଣ ବର୍ଗ ମଧ୍ୟରୁ ସବୁଠାରୁ ଅଧିକ ଗରିବ ବର୍ଗ ହେଉଛି ଭୂମିହାର ଓ ବ୍ରହ୍ମଣ ସଂପ୍ରଦାୟର ।

Related Articles

Back to top button