‘ବିକଶିତ ଭାରତ’ ବାର୍ତ୍ତା ପଠାଇବା ବନ୍ଦ କରିବାକୁ ନିର୍ଦ୍ଦେଶ

ଗୁରୁବାର ଭାରତୀୟ ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କୁ ହ୍ୱାଟ୍ସଆପ୍‌ରେ ‘ବିକଶିତ ଭାରତ’ ବାର୍ତ୍ତା ପଠାଇବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ତ୍ବେ ସରକାରଙ୍କ ତରଫରୁ ‘ବିକଶିତ ଭାରତ’ ନାଁରେ ଲୋକଙ୍କ ନିକଟକୁ ହ୍ୱାଟ୍ସଆପ୍‌ ବାର୍ତ୍ତା ପଠାଯାଉଥିବା ଅଭିଯୋଗ କରିଥିଲେ ବିରୋଧୀ । ଏହି ବାର୍ତ୍ତାରେ ସରକାର ନିଜର ବିଭିନ୍ନ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ତେବେ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ନେବାକୁ ବିରୋଧୀ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ।କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ନିର୍ବାଚନ କମିଶନଙ୍କୁ ନିଜ ଜବାବରେ କହିଛି ଯେ, ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହି ବାର୍ତ୍ତା ପଠାଯାଇଥିଲା । କିନ୍ତୁ ସିଷ୍ଟମ ଏବଂ ନେଟୱାର୍କ ସମସ୍ୟା ଯୋଗୁଁ କିଛି ଲୋକଙ୍କ ପାଖରେ ଏହା ବିଳମ୍ବରେ ପହଞ୍ଚିଥିଲା।

Related Articles

Back to top button