ଅଧିନାୟକ ପଦ ଛାଡ଼ିଲେ ମହେନ୍ଦ୍ର ସିଂ ଧୋନୀ

ଆଇପିଏଲର ଅଧିନାୟକ ପଦରୁ ହଟିଯାଇଛନ୍ତି କ୍ୟାପଟେନ୍ କୁଲ ଧୋନୀ । ୨୦୨୪ ଆଇପିଏଲ୍ ସିଜନର ଦିନକ ପୂର୍ବରୁ ଏଭଳି ବଡ଼ ନିଷ୍ପତି ନେଇ କ୍ରିକେଟପ୍ରେମୀଙ୍କୁ ଝଟକା ଦେଇଛନ୍ତି ଦୁନିଆର ସବୁଠାରୁ ସଫଳ ଅଧିନାୟକ । ଲାଗୁଥିଲା ଚଳିତ ସିଜନରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗସର ନେତୃତ୍ୱ ନେବେ ଧୋନୀ । କିନ୍ତୁ ୪୨ ବର୍ଷୀୟ ମାହି ସବୁଥର ଭଳି ନିଜର ନିଷ୍ପତି ଦ୍ୱାରା ସମସ୍ତଙ୍କୁ ଚମକାଇ ଦେଇଛନ୍ତି । କ୍ୟାରିୟରର ଶେଷ ସମୟରେ ଧୋନୀ ନେତୃତ୍ୱ ଭାର ଯୁବ କ୍ରିକେଟର ଋତୁରାଜ ଗାଏକ୍ୱାଡଙ୍କୁ ପ୍ରଦାନ କରିଛନ୍ତି । ଆଉ ଅଧିନାୟକ ଭାବେ ଧୋନୀଙ୍କ ଗୋଲ୍ଡେନ ଏରା ବା ସ୍ୱର୍ଣ୍ଣିମ ଯୁଗ ଶେଷ ହୋଇଛି । ଆସନ୍ତାକାଲି ଠାରୁ ଆଇପିଏଲର ସପ୍ତଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହାର ଠିକ୍ ୨୪ ଘଂଟା ପୂର୍ବରୁ ଚେନ୍ନାଇ ତା’ର ନୂଆ ଅଧିନାୟକ ଭାବେ ଗାଏକ୍ୱାଡଙ୍କୁ ଘୋଷଣା କରିଛି । ଖୋଦ୍ ଧୋନୀ ନିଜେ କ୍ୟାପଟେନ୍ ପଦରୁ ଓହରିବା ସହ ଗାଏକ୍ୱାଡଙ୍କୁ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଧୋନୀଙ୍କ ଏହି ନିଷ୍ପତି ନିଶ୍ଚିତ ଭାବେ ତାଙ୍କର ଫ୍ୟାନଙ୍କୁ ବଡ଼ ଝଟ୍କା ଦେଇଛି । କାରଣ ଚେନ୍ନାଇ ଟିମର ପରିଚୟ ହେଉଛନ୍ତି ଧୋନୀ । ହୁଏତ ଆଗାମୀ ସଂସ୍କରଣରେ ଧୋନିଙ୍କୁ ହୁଏତ ଆଇପିଏଲ୍ ଖେଳୁଥିବାର ଦେଖିବାକୁ ମିଳିନପାରେ । କିଛି ଦିନ ପୂର୍ବରୁ ଧୋନୀ ଘୋଷଣା କରିଥିଲେ ଯେ ଖୁବଶୀଘ୍ର ନୂଆ ଭୂମିକାରେ ଆସିବେ । ବୋଧହୁଏ ଧୋନୀ ଏହି ବଡ଼ ଘୋଷଣା ଅପେକ୍ଷାରେ ରହିଥିଲେ । ୨୦୧୯ ଦିନିକିଆ ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ ପରେ ଧୋନୀ କୌଣସି ମ୍ୟାଚ୍ ନଖେଳି ପରବର୍ଷ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । କିନ୍ତୁ ଏହା ପରେ ସେ ଆଇପିଏଲ୍ ଖେଳିବା ଜାରି ରହିଥିଲେ । ଏବେ କ୍ୟାପଟେନ୍ ପଦ ଛାଡ଼ିବା ପରେ ଧୋନୀ କେବଳ ଖେଳାଳି ଭାବେ ଦଳର ପ୍ରତିନିଧିତ୍ୱ କରିବେ । ଗତ ସଂସ୍କରଣରେ ତାଙ୍କ ନେତୃତ୍ୱରେ ଚେନ୍ନାଇ ପଞ୍ଚମ ଆଇପିଏଲ୍ ଟ୍ରଫି ଜିତି ମୁମ୍ବାଇ ଇଣ୍ଡିଆନ୍ସର ରେକର୍ଡ ଟାଇଟଲ୍ ସହ ସମକକ୍ଷ ହୋଇଥିଲା । ଆଇପିଏଲରେ ଧୋନି ୨୨୬ ମ୍ୟାଚରେ ନେତୃତ୍ୱ ନେଇଥିବା ବେଳେ ୧୩୩ ମ୍ୟାଚରେ ବିଜୟୀ ହୋଇଛନ୍ତି

Related Articles

Back to top button