
ଅଦାଲତରେ ପଡିରହିଛି ୪ଲକ୍ଷରୁ ଉର୍ଦ୍ଧ ଘରୋଇ ହିଂସା ମାମଲା
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିକଟରେ ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ପକ୍ଷରୁ ଦେଶରେ ମୋଟ ଘରୋଇ ହିଂସା ମାମଲାର ତଥ୍ୟ ଦାଖଲ ହୋଇଛି । ଦାଖଲ ତଥ୍ୟରୁ ଜଣାଯାଇଛି ଦେଶରେ ମୋଟ ୪,୭୧,୬୮୪ଟି ଘରୋଇ ହିଂସା ମାସଲା ବିଚାରାଧୀନ ରହିଛି ।
୨୦୨୨ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଦେଶରେ ମୋଟ ୧,୧୯,୩୩୫୯ଟି ଘରୋଇ ହିଂସା ମାମଲା ପଞ୍ଜିକୃତ ହୋଇଛି। କୋଭିଡ-୧୯ ସମୟରେ ଏହିଭଳି ହିଂସା ସଂଖ୍ୟା ବୃଦ୍ଧିପାଇଥିବାର ଜଣାପଡିଛି । NALSA ପକ୍ଷରୁ ସମସ୍ତ ରାଜ୍ୟର ତଥ୍ୟ ସର୍ବୋଚ୍ଚ ଅଦାଲତକୁ ପ୍ରଦାନ କରାଯାଇଛି।
NALSA ପକ୍ଷର ଏହି ତଥ୍ୟରୁ ସର୍ବାଧିକ ଉତ୍ତର ପ୍ରଦେଶରେ ୨,୦୨,୮୮୦ ମାମଲା ପଞ୍ଜିକୃତ ହୋଇଥିବାବେଳେ ମହାରାଷ୍ଟ୍ରରେ ୧,୯୬,୭୧୭ଟି ମାମଲା ପଞ୍ଜିକୃତ ହୋଇଛି। ବିଚାରାଧୀନ ଅବସ୍ଥାରେ ଉତ୍ତର ପ୍ରଦେଶରେ ସର୍ବାଧିକ ୧,୧୯,୬୮୪ ମାମଲା ଏବଂ ମହାରାଷ୍ଟ୍ରରେ ୮୪,୬୩୭ ମାମଲା ରହିଛି।
ରାଜସ୍ଥାନ ବିଚାରାଧୀନ ଥିବା ଘରୋଇ ହିଂସା ମାମଲା ସଂଖ୍ୟା ୨୭,୨୧୨ ଓ ଦିଲ୍ଲୀରେ ବିଚାରାଧୀନ ଥିବା ଘରୋଇ ହିଂସା ମାମଲା ସଂଖ୍ୟା ୨୭,୦୪୩ ରହିଛି। ଓଡ଼ିଶାରେ ମଧ୍ୟ ଘରୋଇ ହିଂସା ମାମଲା ବୃଦ୍ଧିପାଇଛି । ୨୦୨୧ରେ ଓଡ଼ିଶାରେ ଘରୋଇ ହିଂସା ମାମଲା ୩୩.୬୨% ବୃଦ୍ଧିପାଇଥିବା ଏନ୍ସିଆରବି ରିପୋର୍ଟରୁ ଜଣାଯାଇଛି।