ଇସ୍ରାଏଲ ଉପରେ ୫୦୦୦ରୁ ଅଧିକ ରକେଟ ମାଡ

ଗାଜା ଷ୍ଟ୍ରିପରେ ଥିବା ପାଲେଷ୍ଟାଇନ ଆତଙ୍କବାଦୀ ଇସ୍ରାଏଲ ଉପରେ ରକେଟ ମାଡ କରିଛି । ଇସ୍ରାଇଲକୁ ୫୦୦୦ ରୁ ଅଧିକ ରେକର୍ଡ ମାଡ ହୋଇଛି । ଏହି ଆକ୍ରମଣରେ ବହୁତ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ପରିସ୍ଥିତି ପରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ୍‌ । ଆତଙ୍କୀ ହାମଲା ଦେଖି ଇସ୍ରାଏଲରେ ସତର୍କ ସୂଚନା ଦିଆଯାଇଛି । ଏହାସହିତ ଇସ୍ରାଏଲର ବିଦେଶ ମନ୍ତ୍ରଣାଳୟ ଟ୍ଵିଟ୍‌ କରି ଚେତାବନୀ ଦେଇଛି କି, ହାମସା ଆତଙ୍କୀ ସଂଗଠନକୁ ଏଥିପାଇଁ ମୂଲ୍ୟ ଦେବାକୁ ପଡିବ ।

୩୦ ମିନିଟରୁ ଅଧିକ ସମୟ ଧରି ଏପରି ରକେଟ୍ ମାଡ ଚାଲିଥିଲା। ଇସ୍ରାଏଲର ଏକ ଉଦ୍ଧାରକାରୀ ସଂସ୍ଥାର ସୂଚନା ଅନୁସାରେ, ଦକ୍ଷିଣ ଇସ୍ରାଏଲର ବିଭିନ୍ନ ସ୍ଥାନରେ ରକେଟ ମାଡ ହୋଇଛି। ଏଥିରେ ଜଣେ ୨୦ବର୍ଷର ଯୁବକ ଏବଂ ଜଣେ ୭୦ ବର୍ଷୀୟ ମହିଳା ଗୁରୁତର ଆହତ ହୋଇଛନ୍ତି।

ହାମାସ ଆତଙ୍କବାଦୀମାନେ ଅନୁପ୍ରବେଶ କରିଥିବା ଅଭିଯୋଗ ହେବା ପରେ ଦେଶର ପ୍ରତିରକ୍ଷା ବଳକୁ ମଧ୍ୟ ସତର୍କ କରାଇ ଦିଆଯାଇଛି। ଗାଜା ଅଞ୍ଚଳରୁ ଇସ୍ରାଏଲ୍ ଉପରକୁ ବ୍ୟାପକ ରକେଟ୍ ନିକ୍ଷେପ କରାଯାଇଛି ଓ ବିଭିନ୍ନ ପ୍ରବେଶ ପଥ ଦେଇ ଆତଙ୍କବାଦୀ ଇସ୍ରାଏଲ୍ ଅଞ୍ଚଳ ମଧ୍ୟକୁ ଅନୁପ୍ରବେଶ କରିଛନ୍ତି।

ଦକ୍ଷିଣ ଏବଂ ମଧ୍ୟ ଇସ୍ରାଏଲରେ ରକେଟ୍ ଆକ୍ରମଣ ଜାରି ରହିଥିବା ବେଳେ ଲକ୍ଷ ଲକ୍ଷ ଇସ୍ରାଏଲବାସୀଙ୍କୁ ସେମାନଙ୍କ ଘର ଏବଂ ଆପାର୍ଟମେଣ୍ଟ ବିଲ୍ଡିଂରେ ଥିବା ବୋମା ଆଶ୍ରୟସ୍ଥଳୀ ନିକଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେନା କହିଛି ଯେ, ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଜା ଅଞ୍ଚଳବାସୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ଇସ୍ରାଏଲ ଉପରେ ୫ ହଜାରରୁ ଅଧିକ ରକେଟ ମାଡ କରାଯାଇଛି ବୋଲି ହାମାସ କହିଛି । ଇସ୍ରାଏଲ ବିରୋଧରେ ‘ଅପରେସନ-ଅଲ ଆସକା ଫ୍ଲଡ’ ଆରମ୍ଭ ହୋଇଛି । ଏହାକୁ ଦେଖି ଇସ୍ରାଏଲ ସେନା ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି । ଆର୍ମି ନିଜ ସୈନିକ ପାଇଁ ରେଡିନେସ ଫର ଓ୍ଵାର ଆଲର୍ଟ ଜାରି କରିଛି । ଏହାସହିତ ଗାଜାରେ ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଏମାନଙ୍କ ମଧ୍ୟରେ ଯୁଦ୍ଧ ୧୦୦ ବର୍ଷ ହେଲାଣି ଚାଲିଛି । ଗାଜା ପଟ୍ଟୀ ଏବଂ ଗେଲନ ହହାଇଟ୍ସ ଭଳି ଅଞ୍ଚଳ ବିବାଦରେ ରହିଛି। ଫିଲିସ୍ତାନ ଭଳି ଅଞ୍ଚଳ ସମେତ ପୂର୍ବ ୟଶୁଶଲମ ଉପରେ ଗାଜା ଅଧିକାର ସାବ୍ୟସ୍ତ କରୁଛି । କିନ୍ତୁ ଇସ୍ରାଏଲ ଏହାକୁ ଛାଡିବାକୁ ଅରାଜି ରହିଛି । ତେଣୁ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି ।

Related Articles

Back to top button