ବିମାନ ଦୁର୍ଘଟଣା, ୨ ଭାରତୀୟ ଟ୍ରେନି ପାଇଲଟଙ୍କ ମୃତ୍ୟୁ

କାନାଡାର ବ୍ରିଟିଶ କଲମ୍ବିଆରେ ଏକ ବିମାନ ଦୁର୍ଘଟଣା ଘଟିଛି । ଭାନକୋଭର ନିକଟ ଚିଲିୱାକ୍ ରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ଟ୍ରେନି ପାଇଲଟଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ଦୁଇ ଭାରତୀୟ ପାଇଲଟ ମୁମ୍ବାଇର ବାସିନ୍ଦା । ସୂଚନା ପାଇବା ମାତ୍ରେ ସ୍ଥାନୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିକହନ୍ତି ।

ଏହି ଦୁଇ ଟ୍ରେନି ପାଇଲଟ ମୁମ୍ବାଇର ହୋଇଥିବା ସୂଚନା ମିଳିଛି। ସେମାନେ ହେଲେ ଅଭୟ ଗାଡ୍ରୋ ଓ ୟଶ ବିଜୟ ରାମୁଗଡେ।ଦୁର୍ଘଟଣା ପରେ ବିମାନଟି ଜନବସତି ଅଞ୍ଚଳରେ ପଡ଼ିଥିଲେ ବି ଏଥିରେ ବିମାନର ଉକ୍ତ ୩ ଜଣଙ୍କ ବ୍ୟତୀତ ସ୍ଥାନୀୟ ଅଞ୍ଚଳର କେହି ମୃତାହତ ହୋଇ ନ ଥିବା କଥା ଜଣାପଡିଛି ।

ସୂଚନା ଅନୁଯାୟୀ, ଭାନକୋଭରଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ପୂର୍ବ ଅଞ୍ଚଳ ଚିଲିୱାକରେ ଏହି ଦୁର୍ଘଟଣା ଘଟିଛି । ସେଠାରେ ଡବଲ ଇଞ୍ଜିନ ବିଶିଷ୍ଟ ହାଲୁକା ବିମାନ ପାଇପର୍ PA-34 ସେନେକା ସ୍ଥାନୀୟ ବିମାନବନ୍ଦର ନିକଟରେ ଥିବା ଏକ ମୋଟେଲ ପଛରେ ଗଛ ଓ ବୁଦା ମଧ୍ୟରେ ଖସିପଡିଥିଲା । କାନାଡାର ଅଧିକାରୀଙ୍କ ଅନୁଯାୟୀ ଏହି ଘଟଣାର ତଦନ୍ତ କରାଯାଉଛି।

ଦୁର୍ଘଟଣା କିପରି ଘଟିଲା ତାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କାନାଡାର ପରିବହନ ସୁରକ୍ଷା ବୋର୍ଡ ଅନୁଯାୟୀ ଘଟଣାର କାରଣ ଶୀଘ୍ର ଖୋଜାଯିବ । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ୱିନ୍-ଇଞ୍ଜିନ୍ ହାଲୁକା ବିମାନ ହେଉଛି ପାଇପର୍ PA-34 ସେନେକା । ସୂଚନା ଅନୁଯାୟୀ ଏହି ପାଇପର୍ PA-34 ବିମାନ ୧୯୭୨ ରେ ନିର୍ମିତ ହୋଇଥିଲା ଏବଂ ୨୦୧୯ ରେ ପଞ୍ଜୀକୃତ ହୋଇଥିଲା ।

Related Articles

Back to top button