କୋଭିଡରେ ବନ୍ଦ ହୋଇଯାଇଥିବା ୫୦୦ ପାସେଞ୍ଜର ଓ ୧୦୦ ଏକ୍ସପ୍ରେସ ଟ୍ରେନ ପୁଣି ଚାଲିବ

ନୂଆଦିଲ୍ଲୀ ୨୯।୭: କେନ୍ଦ୍ର ରେଳମନ୍ତ୍ରୀ କୋଭିଡ କାଳ ପୂର୍ବରୁ ଚାଲୁଥିବା ସମସ୍ତ ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ ପୁଣି ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହକ ମଧ୍ୟରେ ବନ୍ଦ ହୋଇଯାଇଥିବା ସବୁ ଟ୍ରେନ ଚଳାଇବା ଲାଗି ସମ୍ପର୍କିତ ଜୋନ ମାନଙ୍କୁ ଆଦେଶ ଦିଆଯାଇଛି। ଏହି ଆଦେଶ ଯୋଗୁ କୋଭିଡରେ ବନ୍ଦ ହୋଇଯାଇଥିବା ୫୦୦ ପାସେଞ୍ଜର ଟ୍ରେନ ପୁଣି ଚାଲିବା ଆରମ୍ଭ କରିବେ।

କୋଭିଡ ପୂର୍ବରୁ ସାରା ଦେଶର ଅଲଗା ଅଲଗା ରେଳ ଜୋନରୁ ପାଖାପାଖି ୨୮୦୦ ଟ୍ରେନ ଚଳାଚଳ କରୁଥିଲେ। ତେବେ କୋଭିଡରେ ବନ୍ଦ ହେବା ପରେ ଟ୍ରେନ ଗୁଡିକୁ ପର୍ଯ୍ୟାୟକ୍ରମେ ଆରମ୍ଭ କରାଯାଇଥିଲା। ଏଣୁ ବର୍ତ୍ତମାନ ସମୟରେ ୨୩୦୦ ଟି ଟ୍ରେନ ସାରା ଦେଶରେ ଚାଲୁଛି।କେନ୍ଦ୍ର ରେଳମନ୍ତ୍ରୀଙ୍କ ଆଦେଶ ପରେ ଏବେ ଏହି ଲଟରେ ବନ୍ଦ ହୋଇପଡିଥିବା ୧୦୦ ମେଲ ଓ ଏକ୍ସପ୍ରେସ ଟ୍ରେନ ମଧ୍ୟ ଷ୍ଟେସନକୁ ଫେରିବେ। ଏବେ ଚାଲୁଥିବା ୧୭୭୦ ମେଲ ଓ ଏକ୍ସପ୍ରେସ୍ ଟ୍ରେନ ସପ୍ତାହକ ମଧ୍ୟରେ ୧୯୦୦ରୁ ଅଧିକ ହୋଇଯିବ।

ଉଲ୍ଲେଖଯୋଗ୍ୟ ଯେ କୋଭିଡ କାଳରେ ଅନେକ ଟ୍ରେନ ବନ୍ଦ କରିଦିଆଯାଇଥିଲା। ଏହା ଛଡା ଟ୍ରେନରେ ଯାତ୍ରୀ ଭୀଡ ହ୍ରାସ ଲାଗି ସାଧାରଣ ଟ୍ରେନରେ ମଧ୍ୟ ମେଲ ଏକ୍ସପ୍ରେସ୍ ଭଡା ଆଦାୟ କରାଯାଉଥିଲା। ତେବେ ନୂଆ ଆଦେଶରେ ଯାତ୍ରୀଙ୍କ ଠାରୁ ପାସେଞ୍ଜରର ପୁରୁଣା ସାଧାରଣ କ୍ୟାଟଗରୀ ଭଡା ଆଦାୟ ଲାଗି ନିର୍ଦ୍ଦେଶ ରହିଛି।

Related Articles

Back to top button