ଆମେରିକା ଅର୍ଥନୀତି ମାନ୍ଦାବସ୍ଥା: ୦.୯ % ଖସିଲା ଜିଡିପି

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ତ୍ରୟମାସ ପାଇଁ ଆମେରିକା ଅର୍ଥନୀତି ସଂକୁଚିତ ହୋଇଛି । ଏପ୍ରିଲ-ଜୁନ୍‌ ତ୍ରୟମାସରେ ଏହା ୦.୯% ସଂକୁଚିତ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଫଳରେ ମାନ୍ଦାବସ୍ଥା ଭୟ ଆହୁରୀ ତେଜିଛି ।

୨୦୨୨ର ପ୍ରଥମ ୩ ମାସରେ ହ୍ରାସ ଘଟିବା ପରେ ପରବର୍ତ୍ତୀ ୩ ମାସରେ ବି ଅର୍ଥନୀତି ସଂକୁଚିତ ହୋଇଥିବା ଆମେରିକା ବାଣିଜ୍ୟ ବିଭାଗ ପ୍ରକାଶ କରିଛି । ଲଗାତର ଦୁଇଟି ତ୍ରୟମାସ ଜିଡ଼ିପି ଖସିବା ଅର୍ଥ ହେଉଛି, ଅର୍ଥନୀତି ମାନ୍ଦାବସ୍ଥା ନିକଟତର । ବିଶ୍ୱର ସର୍ବବୃହତ୍‌ ଅର୍ଥନୀତିରେ ମାନ୍ଦାବସ୍ଥାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବ ।

ସୂଚନାଯୋଗ୍ୟ, ପ୍ରଥମ ତ୍ରୟମାସରେ ଆମେରିକା ଅର୍ଥନୀତି ୧.୬% ଖସିଥିଲା । କୋଭିଡ୍‌ ଲକ୍‌ଡାଉନ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇଥିବାବେଳେ ଆମେରିକାରେ ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚିଛି । ଆଗକୁ ମଧ୍ୟ ଏଥିରେ ଆହୁରି ବୃଦ୍ଧି ଘଟିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

Related Articles

Back to top button