ବ୍ରହ୍ମାସ୍ତ୍ର ରିଲିଜ୍‌ ପୂର୍ବରୁ ଜେଲ୍‌ରୁ ବାହାରିଲେ କେ.ଆର.କେ, ଖୁସି ହୋଇ ୟୁଜର୍ସ କହିଲେ-ଗବର ଇଜ୍‌ ବ୍ୟାକ୍‌

ମୁମ୍ଵାଇ: ଅଭିନେତା ତଥା ଚଳଚ୍ଚିତ୍ର ସମାଲୋଚକ କମଲ ଆର ଖାନ। ନିକଟରେ ତାଙ୍କୁ ଜାମିନ ମିଳିଛି। ହେଲେ ଏବେ ନଅ ଦିନ ପରେ ଜେଲରୁ ବାହାରକୁ ଆସିବେ। ଏହାକୁ ନିଶ୍ଚିତ କରି ତାଙ୍କ ଓକିଲ ଅଶୋକ ସାରୋଗୀ କହିଛନ୍ତି ଯେ କମଲ ଆଜି ଥାନେ ଜେଲରୁ ବାହାରି ପାରିବେ। ମିଡିଆ ରିପୋର୍ଟ ଅନୁଯାୟୀ, ଅକ୍ଷୟ କୁମାର, ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଏବଂ ଅନ୍ୟମାନଙ୍କ ବିଷୟରେ ଅପମାନଜନକ ଟୁଇଟ୍ ଅଭିଯୋଗରେ କେ.ଆର.କେ ଜାମିନ ପାଇଛନ୍ତି।

ନିର୍ଯାତନା ମାମଲାରେ ମଙ୍ଗଳବାର, ସେପ୍ଟେମ୍ବର ୬ରେ କେ.ଆର.କେ ଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଜାମିନ ପ୍ରଦାନ କରୁଥିବା ବେଳେ ବୋରିବଲୀ ମାଜିଷ୍ଟ୍ରେଟ କହିଛନ୍ତି ଯେ ମୁଁ ଆବେଦନକାରୀଙ୍କ ଲିଖିତ ତଥା ମୌଖିକ ଯୁକ୍ତିକୁ ଭଲ ଭାବରେ ବିଚାର କରିଛି। ଟୁଇଟ୍ ଆଧାରରେ ପଞ୍ଜୀକୃତ ହୋଇଥିବା ଅପରାଧ ହେଉଛି ୨୦୨୦ ବର୍ଷର। ତେଣୁ ଏଭଳି ଅଭିଯୁକ୍ତ ନିର୍ଦ୍ଦିଷ୍ଟ ସର୍ତ୍ତରେ ଜାମିନରେ ମୁକ୍ତ ହେବା ଯୋଗ୍ୟ ବୋଲି ସେ କହିଛନ୍ତି।

କୋର୍ଟ ସର୍ତ୍ତ ରଖିଥିବାବେଳେ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ତାଙ୍କୁ ବ୍ୟକ୍ତିଗତ ବଣ୍ଡ କିମ୍ବା ନଗଦ ଆକାରରେ ୧୫ ହଜାର ଟଙ୍କା ଜମା କରି ଜାମିନରେ ମୁକ୍ତ କରାଯାଇପାରିବ। ଏହା ବ୍ୟତୀତ ଦ୍ଵିତୀୟ ଏବଂ ଚତୁର୍ଥ ସୋମବାର ଦିନ ସକାଳ ୧୦ ଟାରୁ ୧୧ ଟା ମଧ୍ୟରେ ଚାର୍ଜସିଟ୍ ଦାଖଲ ହେବା ପର୍ଯ୍ୟନ୍ତ କିମ୍ବା ୬୦ ଦିନ ପର୍ଯ୍ୟନ୍ତ ପୋଲିସ ଷ୍ଟେସନରେ ଉପସ୍ଥିତ ରହିବାକୁ ପଡିବ । ଏହା ଜାଣିବା ମାତ୍ରେ ସୋସିଆଲ ମିଡିଆ ୟୁଜର୍ସମାନେ ଖୁସି ବ୍ୟକ୍ତ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ଗବର ଇଜ୍‌ ବ୍ୟାକ୍‌ । ଅନ୍ୟ ଜଣେ ୟୁଜର୍ସ ଟୁଇଟ୍ କରି କହିଛି, “ଜାମିନରେ କେ.ଆର.କେ। ଆଶା କରୁଛି ସେ ଅର୍ଣ୍ଣବ ଗୋସ୍ଵାମୀଙ୍କ ପରି ବନ୍ଦ ହୋଇଯିବେ ନାହିଁ।

Related Articles

Back to top button