ସରକାର ହ୍ରାସ କଲେ ଶୁଳ୍କ, ଦେଶରେ ଶସ୍ତା ହୋଇପାରେ ପେଟ୍ରୋଲ ଓ ଡିଜେଲ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ସହ ଦେଶରେ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଅପ୍ରତ୍ୟାଶିତ ଲାଭ କର ହ୍ରାସ କରିଛନ୍ତି। ଏହା ଛଡା ଡିଜେଲ ଓ ବିମାନ ଇନ୍ଧନ ରପ୍ତାନୀ ଉପରେ ଲାଗୁ ହେଉଥିବା ଶୁଳ୍କ ମଧ୍ୟ ହ୍ରାସ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦେଶରେ ଏବେବି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି। ଗତ କିଛିମାସ ହେଲା ଦାମରେ କୌଣସି ହ୍ରାସ କି ବୃଦ୍ଧି ହୋଇନି। ତେବେ ସରକାର ଅପ୍ରତ୍ୟାଶିତ ଲାଭ କର ହ୍ରାସ କରିଥିବାରୁ ମୂଲ୍ୟ ହ୍ରାସର ଆଶା କରାଯାଉଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟର ହ୍ରାସ ଜାରି ରହିଛି। ଏଥିରେ ସରକାର ପଞ୍ଚମ ଫର୍ଟନାଇଟ୍ ସମୀକ୍ଷାରେ ଘରୋଇ ସ୍ତରରେ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଟନ ପିଛା ୧୩ହଜାର ୩୦୦ ଟଙ୍କାର କରକୁ ହ୍ରାସ କରି ୧୦ ହଜାର ୫ଶହ ଟଙ୍କା କରିଦେଇଛନ୍ତି। ଶୁଳ୍କ ହ୍ରାସ ନେଇ ଅର୍ଥମନ୍ତ୍ରାଳୟ ଅଧିସୂଚନା ଜାରି କରିଛନ୍ତି। ଏଥିରେ ଡିଜେଲ ରପ୍ତାନୀ ଶୁଳ୍କ ୧୩.୫ରୁ ୧୦ ଟଙ୍କା କୁ ହ୍ରାସ କରିଛନ୍ତି। ସେହି ଅନୁସାରେ ଲିଟର ପିଛା ଇନ୍ଧନ ରପ୍ତାନୀ ୯ ଟଙ୍କାରୁ ୫ ଟଙ୍କାକୁ ହ୍ରାସ ହୋଇଛି। ଏହି ନୂଆ ଦର ୧୭ ସେପ୍ଟେମ୍ବର ମଧ୍ୟ ରାତ୍ରରୁ ସାରା ଦେଶରେ ଲାଗୁ ହେବ।

Related Articles

Back to top button