ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୨୩ ଏବଂ ୨୪ରେ ବ୍ରିକ୍ସ ଶିଖର ସମ୍ମିଳୀରେ ଭାଗ ନେବେ। ଡିଜିଟାଲ ମାଧ୍ୟମରେ ବ୍ରିକ୍ସ ଶିଖର ସମ୍ମଳିନୀ ଆୟୋଜିତ ହେବ। ବିଦେଶ ମନ୍ତ୍ରଣାଳୟ ମଙ୍ଗଳବାର ଏହି ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟ ଯେ ଚୀନ ଚଳିତ ବର୍ଷ ପାଇଁ ବ୍ରିକ୍ସର ଅଧ୍ୟକ୍ଷ ଭାବେ ଶିଖର ସମ୍ମିଳନୀରେ ଆୟୋଜନ କରୁଛି । ବ୍ରିକ୍ସ( ବ୍ରାଜିଲ-ରୁଷ-ଭାରତ-ଚୀନ-ଦ.ଆଫ୍ରିକା) ଦୁନିଆର ସବୁଠୁ ବଡ଼ ବିକାଶଶୀଳ ଦେଶର ଏକ ସମୁହ। ବ୍ରିକ୍ସ ଦେଶରେ ବିଶ୍ୱ ଜନସଂଖ୍ୟାର ୪୧ ପ୍ରତିଶତ, ବିଶ୍ୱ ଜିଡିପିର ୨୪ ପ୍ରତିଶତ ଏବଂ ବିଶ୍ୱ ବାଣିଜ୍ୟର ୧୬ ପ୍ରତିଶତର ଯୋଗଦାନ କରନ୍ତି।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋସ୍ଲୋନାରୋ ଏବଂ ଦ.ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସା ଶିଖର ସମ୍ମିଳନୀରେ ସାମିଲ ହେବେ। ବିଦେଶ ମନ୍ତ୍ରଣାଳୟ ଏକ ବୟାନରେ କହିଛି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୨୩ ଏବଂ ୨୪ରେ ଚୀନ ଅଧ୍ୟକ୍ଷାରେ ଭର୍ଚୁଆଲ ମୋଡରେ ହେବାକୁ ଥିବା ୧୪ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବେ । ଏଥିରେ ଜୁନ ୨୪ରେ ଅତିଥି ଦେଶ ସହ ବୈଶ୍ୱିକ ଘଟଣାକ୍ରମ ଉପରେ ଏକ ଉଚ୍ଚସ୍ତରୀୟ ବାର୍ତ୍ତାରେ ମଧ୍ୟ ସାମିଲ ହେବେ ।

Related Articles

Back to top button