ପୂଜା ପେଣ୍ଡାଲରେ ମହିଷାସୁର ବଦଳରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମା, ବିବାଦ ପରେ ହଟିଲା ମୂର୍ତ୍ତି

କୋଲକାତା: କୋଲକାତାର ଦୁର୍ଗା ପୂଜା ଅଭାବନୀୟ ଘଟଣା । ପୂଜା ପେଣ୍ଡାଲରେ ମହିଷାସୁରଙ୍କ ସ୍ଥାନରେ ସ୍ଥାନ ପାଇଥିଲା ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି । ଜାତିର ପିତାଙ୍କ ଜନ୍ମଦିବସରେ ତାଙ୍କୁ ଏପରି ଚିତ୍ରିତ କରାଯାଇଛି । ଯାହା ହାସ୍ୟାସ୍ପଦ ବୋଲି ଚର୍ଚ୍ଚା ହେଉଛି ।

ଦକ୍ଷିଣ ପଶ୍ଚିମ କୋଲକାତାର ରୁବି କ୍ରସିଂ ନିକଟରେ ଅଲ ଇଣ୍ଡିଆ ହିନ୍ଦୁ ମହାସଭା ପୂଜା ଆୟୋଜକମାନେ ଅଭିଯୋଗ କରିବା ପରେ ପୋଲିସର ନିର୍ଦ୍ଦେଶ ଅନୁଯାୟୀ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବଦଳାଇ ଦିଆଯାଇଛି । ସେପଟେ ଅଭିଯୋଗ ଆସିବା ପରେ ସଫେଇ ରଖିଛନ୍ତି ଆୟୋଜକ । ସେମାନେ କହିଛନ୍ତି ଏହା ଏକ ସଂଯୋଗ ମାତ୍ର । କାରଣ ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଭୂମିକାକୁ ଅବର୍ଣ୍ଣନୀୟ । ଆମର ସେମିତି କିଛି ମନ୍ଦ ଉଦ୍ଦେଶ୍ୟ ନଥିଲା । ତେବେ ଅଭିଯୋଗ ଆସିବା ପରେ ସଂଗେ ସଂଗେ ମୂର୍ତ୍ତିକୁ ବଦଳାଇ ଦିଆଯାଇଛି । ପୁରାଣ ଅନୁଯାୟୀ ଦେବୀ ଦୁର୍ଗା ମହିଷାସୁରଙ୍କୁ ବଦ୍ଧ କରିଥିଲେ ।

ସୋସିଆଲ ମିଡିଆରୁ ଏହି ପୋଷ୍ଟକୁ ହଟାଇ ଦେଇଛନ୍ତି । ପୂଜା ଆୟୋଜକମାନେ କହିଛନ୍ତି ଯେ ସେମାନେ କାହାର ଭାବନାକୁ ଆଘାତ କରିବାକୁ ଚାହୁଁନାହାଁନ୍ତି । ପୋଲିସ ଆମକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲା। ଯାହା ଆମେ ଏହାକୁ ଗ୍ରହଣ କଲୁ । ସେପଟେ ବାପୁଙ୍କ ପ୍ରତି ଏମିତି ଅସମ୍ମାନ ପରେ ତେଜିଛି ରାଜନୀତି । ଗାନ୍ଧୀଙ୍କ ମହିଷାସୁର ଚିତ୍ରଣକୁ ସମାଲୋଚନା କରିଛନ୍ତି ଅନେକ ଦଳ ।

Related Articles

Back to top button