ଆସନ୍ତାକାଲି ଭାରତରେ ଷଷ୍ଠ ପର୍ଯ୍ୟାୟରେ ମତଦାନ

ଆସନ୍ତାକାଲି ଭାରତରେ ଷଷ୍ଠ ପର୍ଯ୍ୟାୟରେ ମତଦାନ ହେବ। ତେବେ କାଲି ୬ ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୫୮ ଆସନ ଏହି ପର୍ଯ୍ୟାୟରେ ମୋଟ୍ ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟାରେ ୬ଟା ପର୍ଯ୍ୟନ୍ତ ଚାଲିବ। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।

ସୂଚନା ଅନୁସାରେ, କାଲିର ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍ ପ୍ରାର୍ଥୀଙ୍କ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର। କାରଣ ନିର୍ଵାଚହ୍ନ ପୂର୍ବରୁ ବହୁ ହେଭିୱେଟ୍ ନେତାମାନଙ୍କର ନିର୍ବାଚନୀ ପ୍ରଚାର ଦେଖିବାକୁ ମିଳିଥିଲା। ତେବେ କାଲି ୬ ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୫୮ ଆସନ ଏହି ପର୍ଯ୍ୟାୟରେ ମୋଟ୍ ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟାରେ ୬ଟା ପର୍ଯ୍ୟନ୍ତ ଚାଲିବ। ହରିଆଣାର ୧୦ ଏବଂ ଦିଲ୍ଲୀର ୭, ୟୁପିରେ ୧୪ ଏବଂ ବିହାରରେ ୮ଟି ଲୋକସଭା ଆସନରେ ଭୋଟ ହେବ। ସେହିଭଳି କାଲି ମଧ୍ୟ ଓଡ଼ିଶାରେ କେନ୍ଦୁଝର, ସମ୍ବଲପୁର, କଟକ, ଢେଙ୍କାନାଳ, ପୁରୀ, ଭୁବନେଶ୍ବର ୬ଟି ଲୋକସଭା ଆସନରେ ମତଦାନ ହେବାକୁ ଯାଉଛି।

Related Articles

Back to top button