ଫିଲ୍ମ ‘ଆଦିପୁରୁଷ’ରେ ରାବଣର ଲୁକ୍ ନେଇ ମାମଲା ପହଞ୍ଚିଲା ଆଲ୍ଲାହବାଦ ହାଇକୋର୍ଟରେ

ଆଲ୍ଲାହବାଦ: ଫିଲ୍ମ ଆଦିପୁରୁଷ ବିରୋଧରେ ମାମଲା କୋର୍ଟରେ ପହଞ୍ଚିଛି। ଏନେଇ ଆହ୍ଲାବାଦ ହାଇକୋର୍ଟ ଫିଲ୍ମ ସେନ୍‌ସର ବୋର୍ଡକୁ ନୋଟିସ୍ କରି ଫିଲ୍ମ ବିରୋଧରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଉତ୍ତର ମାଗିଛନ୍ତି। ଏହି ମାମଲାର ଶୁଣାଣି ଫେବ୍ରୁଆରୀ ୨୧ ତାରିଖରେ ହେବ ବୋଲି କୋର୍ଟ ତାରିଖ ନିର୍ଦ୍ଧାରଣ କରିଛନ୍ତି।

ଜଷ୍ଟିସ୍‌ ରାଜେଶ ବିନ୍ଦଲ ଓ ଜଷ୍ଟିସ ବିଆର୍ ସିଂହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଫିଲ୍ମ ବିରୋଧରେ କୁଲଦୀପ ତିୱାରୀଙ୍କ ଦ୍ୱାରା ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଉତ୍ତର ପାଇଁ ବୋର୍ଡକୁ ନୋଟିସ୍ କରିଛନ୍ତି।

କୁଲଦୀପ ତିୱାରୀ କୋର୍ଟରେ ଯେଉଁ ଆବେଦନ କରିଛନ୍ତି ଏଥିରେ କୁହାଯାଇଛି ଯେ ଫିଲ୍ମ ପ୍ରଯୋଜକ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ ଓ ସେନ୍ସର ବୋର୍ଡ ଠାରୁ ସାର୍ଟିଫିକେଟ୍ ନ ନେଇ ପ୍ରମୋ ରିଲିଜ୍ କରିଛନ୍ତି। ଫଳରେ ଆଇନ୍‌ର ଖୋଲାଖୋଲି ଉଲ୍ଲଂଘନ ହେଉଛି। ତା ସହିତ ଦେବୀ ସୀତାଙ୍କ ଭୂମିକାର ଅବତୀର୍ଣ୍ଣ ହୋଇଥିବା ଅଭିନେତ୍ରୀଙ୍କ ପୋଷାକ ପରିଧାନକୁ ନେଇ ମଧ୍ୟ ଅଭିଯୋଗ କରାଯାଇଛି।

ଆବେଦନରେ କୁହାଯାଇଛି ଯେ ପ୍ରଭୂ ଶ୍ରୀ ରାମ ଓ ମାତା ସୀତାଙ୍କ ପ୍ରତି ଲୋକମାନଙ୍କର ପ୍ରଗାଢ଼ ବିଶ୍ୱାସ ରହିଛି। ହେଲେ ଫିଲ୍ମରେ ଶ୍ରୀରାମ ଲୋକଙ୍କ ବିଶ୍ୱାସ ବିରୋଧରେ ରହିଥିବା ଚିତ୍ରଣ କରାଯାଇଛି ବୋଲି ଅଭିଯୋଗ କରାଯାଇଛି। ସେହିପରି ଫିଲ୍ମରେ ରାବଣଙ୍କର ଛବି ଆପତ୍ତିଜନକ ବୋଲି କୁହାଯାଇଛି। ଆବେଦନରେ ଫିଲ୍ମର ଅଭିନେତାଙ୍କ ପକ୍ଷ କରାଯାଇଥିବା ବେଳେ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଉତ୍ତରଦାୟୀ ବୋଲି ଦର୍ଶାଯାଇଛି।

 

Related Articles

Back to top button