
୬ଦିନିଆ ପୁଲିସ ରିମାଣ୍ଡରେ ଗଲେ ପ୍ରଜ୍ୱଳ ରେଭାନ୍ନା
ଅଶ୍ଳୀଳ ଭିଡିଓ ସ୍କାଣ୍ଡାଲ ମାମଲାରେ କୋର୍ଟରେ ହାଜର ହେବା ପରେ ୬ଦିନିଆ ପୁଲିସ ରିମାଣ୍ଡରେ ଗଲେ ପ୍ରଜ୍ୱଳ ରେଭାନ୍ନା । ଗତକାଲି ବିଳମ୍ବିତ ରାତିରେ ଗିରଫ ପରେ ତାଙ୍କୁ ଡାକ୍ତରୀ ଯାଂଚ ପାଇଁ ପଠାଯାଇଥିଲା ପରେ କୋର୍ଟରେ ହାଜର ହୋଇଥିଲେ । ୩୫ଦିନ ଛକାପଂଝା ପରେ ଗତକାଲି ବିଳମ୍ବିତ ରାତିରେ ଜର୍ମାନୀରୁ ବେଙ୍ଗାଲୁରୁରେ ପହଁଚିବା ପରେ ତାଙ୍କୁ ଏସଆଇଟି ଗିରଫ କରିଥଲା । କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ପ୍ରଜ୍ୱଳଙ୍କ ବିରୋଧରେ ଘରୋଇ ସହାୟକ ଯୌନ ନିର୍ଯ୍ୟାତାନା ଅଭିଯୋଗ ଆଣିବା ପରେ ଭାଇରାଲ ହୋଇଥିଲା ୨ଶହରରୁ ଅଧିକ ଅଶ୍ଳୀଳ ଭିଡିଓ । ଏହା ପରଠୁ ଫେରାର ହୋଇଥିିଲେ ପ୍ରଜ୍ୱଳ ।