ତଥ୍ୟ ଲିକ୍ ମାମଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେନା ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି
ତଥ୍ୟ ଲିକ୍ ମାମଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେନା ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି । ପାକିସ୍ତାନକୁ ଭାରତର ସମସ୍ତ ଗୁପ୍ତ ତଥ୍ୟ ଦେଉଥିବା ସେନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସୂଚନା ଅନୁସାରେ, ଗତବର୍ଷ ମାର୍ଚ୍ଚ ମାସରୁ ତଥ୍ୟ ଲିକ୍ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା । ବହୁ ଦିନ ତଦନ୍ତ କରିସାରିବା ପରେ ବହିଷ୍କାର ହୋଇଥିବା ସେନା ଅଧିକାରୀ ଦୋଷୀ ବୋଲି ସାବ୍ୟସ୍ତ ହୋଇଥିଲେ ।
ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ସେନା ଅଧିକାରୀ ଦେଶର ସମସ୍ତ ଗୁପ୍ତ ତଥ୍ୟ ଲିକ୍ କରୁଥିବା ସୂଚନା ମିଳିଥିଲା । ଆଉ କେତେକ ସେନା ଅଧିକାରୀ ଏହି ହ୍ୱାଟ୍ସଆପ୍ ଗ୍ରୁପ୍ ରେ ସମ୍ପୃକ୍ତ ଥିବା ମଧ୍ୟ ସୂଚନା ଭୁକ୍ତ । ଦେଶକୁ କ୍ଷତି ପହଞ୍ଚାଉଥିବା ସେନା ଅଧିକାରୀଙ୍କ ପ୍ରତି ତୁରନ୍ତ ପଦକ୍ଷେପ ନିଆଯିବ । ଆହୁରି ମଧ୍ୟ ଏବେ ତଦନ୍ତ ଘେରରେ ଅନେକ ସେନା ଅଧିକାରୀ ରହିଛନ୍ତି ।