ଦେଶବାସୀଙ୍କୁ ରକ୍ଷାବନ୍ଧନର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରକ୍ଷାବନ୍ଧନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ଅଭିନନ୍ଦନ ବାର୍ତ୍ତାରେ ଲେଖିଛନ୍ତି ଭାଇ ଓ ଭଉଣୀଙ୍କ ମଧ୍ୟରେ ଅବିସ୍ମରଣୀୟ ବନ୍ଧନ, ସ୍ନେହ ଏବଂ ବିଶ୍ୱାସର ପ୍ରତୀକ ରକ୍ଷାବନ୍ଧନର ଆନନ୍ଦ ଉତ୍ସବରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।

ମୁଁ ଚାହେଁ ଯେ ଏହି ପର୍ବ ଆମ ସମାଜରେ ସୌହାର୍ଦ୍ଦ୍ୟ ବୃଦ୍ଧି କରୁ। ଏହି ପର୍ବ ସମାଜରେ ମହିଳାମାନଙ୍କ ପ୍ରତି ସମ୍ମାନ ବୃଦ୍ଧି କରାଉ ବୋଲି ରାଷ୍ଟ୍ରପତି କହିଛନ୍ତି।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରକ୍ଷାବନ୍ଧନ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଲେଖିଛନ୍ତି, ରକ୍ଷାବନ୍ଧନରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଅନେକ ଅଭିନନ୍ଦନ।

 

 

Related Articles

Back to top button