ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍

ହୀରାକୁଦ: ଗୁରୁବାର ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍ । ଦିନ ୧୧.୩୦ଟା ପରେ ଆଜି ପୁଣି ବନ୍ୟାଜଳ ନିଷ୍କାସନ କରାଯିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଉପରମୁଣ୍ଡରେ କ୍ରମାଗତ ବର୍ଷା ଓ ଜଳସ୍ତର ବୃଦ୍ଧି ଯୋଗୁଁ ଏପରି ନିଷ୍ପତ୍ତି ନେଇଛନ୍ତି ।

ପର୍ଯ୍ୟାୟକ୍ରମରେ ଆଜି ୧୧.୩୦ ପରେ ୧୦ଟି ଗେଟ୍ ଖୋଲାଯିବ ବୋଲି ମୁଖ୍ୟଯନ୍ତ୍ରୀ କହୁଛନ୍ତି । ତେବେ ଡ୍ୟାମ ପକ୍ଷରୁ ସାଇରନ ବଜାଇବା ଆରମ୍ଭ ହେଲାଣି । ଜଳସ୍ତର ବୃଦ୍ଧି ପାଇ ୬୧୧.୮୩ ଫୁଟରେ ପହଂଚିଲାଣି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ଲକ୍ଷ ୯୬ ହଜାର ୫୭୨ କ୍ୟୁସେକ ଜଳ ପ୍ରବେଶ କରୁଛି ।

Related Articles

Back to top button