ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ କମିଲା

ନୂଆଦିଲ୍ଲୀ : ଦେଶର ତୈଳ ମାର୍କେଟିଂ କମ୍ପାନୀ  (ଓଏମସି) ପକ୍ଷରୁ ବ୍ୟବସାୟିକ ସିଲିଣ୍ଡର ଦାମ୍‍ ହ୍ରାସ କରାଯାଇଛି । ୧୯ କେଜି ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୯୧.୫୦ ଟଙ୍କା ହ୍ରାସ କରାଯାଇଛି  । ଏହି ଦର ହ୍ରାସର ପ୍ରଭାବ ଦେଶର ବିଭିନ୍ନ ସହର ଉପରେ ପଡିଥିବାର ଏନଆଇ ମାଧ୍ୟମରେ ସୂଚନା ମିଳିଛି  ।

ଦେଶରେ ବିଭିନ୍ନ ସହରରେ ବ୍ୟବସାୟିକ ସିଲିଣ୍ଡର ଦାମ୍‍ – ସେପ୍ଟେମ୍ବର ୧ ରୁ ଦିଲ୍ଲୀରେ ଇଣ୍ଡିଆନର ୧୯ କେଜି ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୯୧.୫୦ ଟଙ୍କା,କଲକାତାରେ ୧୦୦,ମୁମ୍ବଇରେ ୯୨.୫୦, ଚେନ୍ନାଇରେ ୯୬ ଟଙ୍କା କମ୍‍ ହୋଇଛି। ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ମୂଲ୍ୟ ୧୯୭୬.୫୦ ପରିବର୍ତ୍ତେ ବର୍ତ୍ତମାନ ୧୮୮୫ ଟଙ୍କାରେ ମିଳିବ। ସେହିପରି କଲକାତାରେ ୨୦୯୫ ଟଙ୍କା ପରିବର୍ତ୍ତେ ୧୯୯୫.୫ ଟଙ୍କା,ମୁମ୍ବଇରେ ୧୮୪୪ ଓ ଚେନ୍ନାଇରେ ୨୦୪୫ ଟଙ୍କାରେ ମିଳିବ।

୧୪.୨ କିଲୋର ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଦେଶରେ ସିଲିଣ୍ଡର କମ୍ପାନୀ ପ୍ରତ୍ୟେକ ମାସର ପହିଲାରେ ସିଲିଣ୍ଡରର ଦାମ୍‍ ସ୍ଥିର କରିଥାଆନ୍ତି। ଅଗଷ୍ଟ ୧ରେ ବ୍ୟବସାୟିକ ସିଲିଣ୍ଡର ଦାମ୍‍ ୩୬ ଟଙ୍କା କମ୍‍ ହୋଇଥିଲା। ବ୍ୟବସାୟିକ ସିଲିଣ୍ଡର ବିଶେଷ କରି ହୋଟେଲ, ଖାଦ୍ୟ ବିକ୍ରି ହେଉଥିବା ଦୋକାନରେ ବ୍ୟବହାର ହୋଇଥାଏ। ତେଣୁ ବ୍ୟବସାୟୀ ମାନଙ୍କ ପାଇଁ ଏହା ଏକ ଆଶ୍ୱସ୍ତିକର ଖବର। ସେହିପରି ଦେଶରେ ଘରୋଇ ସିଲିଣ୍ଡରର ମୂଲ୍ୟ ଜୁଲାଇ ପରଠାରୁ ହ୍ରାସ ହୋଇ ନାହିଁ ।

Related Articles

Back to top button