ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗରେ ଦେଶର ଅଣ୍ଡରୱାଟର ମେଟ୍ରୋ ଟନେଲର ଉଦଘାଟନ କରିଛନ୍ତି

ପଶ୍ଚିମବଙ୍ଗର ହୁଗୁଳି ନଦୀ ତଳେ ଚାଲିଲା ମେଟ୍ରୋ ଟ୍ରେନ୍ । ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗର ପୁରୁଣା ଐତିହ୍ୟ ସଂପନ୍ନ ସହର କୋଲକାତା ଓ ହାୱଡାକୁ ଗମନାଗମନ ସହଜ କରିବ ଅଣ୍ଡର ୱାଟର ମେଟ୍ରୋ । ହୁଗୁଳୀ ତଳେ ଏହି ଦୁଇ ସହରକୁ ସଂଯୁକ୍ତ କରିବ ଟନେଲ ।

କୋଲକାତାରେ ମେଟ୍ରୋ ସଯୋଂଗୀକରଣ କ୍ଷେତ୍ରରେ ଏହା ଏକ ନୂଆ ମାଇଲଖୁଂଟ । ସବୁଜ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନର ଶୁଭାରମ୍ଭ କରି ମେଟ୍ରୋରେ ବସି ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କରିଛନ୍ତି ମୋଦୀ ।ପଶ୍ଚିମବଙ୍ଗବାସୀଙ୍କୁ ଅଣ୍ଡର ୱାଟର ମେଟ୍ରୋ ପ୍ରକଳ୍ପ ସହ ୧୫ ହଜାର ୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Related Articles

Back to top button