BJP-BJD ମେଣ୍ଟ ନେଇ କିଛି ଫାଇନାଲ ହୋଇନି : ଜୁଏଲ ଓରାମ

ବିଜେପି ମିଟିଂରେ ଉପସ୍ଥିତ ଥିବା ସାଂସଦ ଜୁଏଲ ଓରାମଙ୍କ ପ୍ରତିକ୍ରିୟା ରଖିଛନ୍ତି । ବୈଠକରେ ଅନେକ ବିଷୟରେ ଆଲୋଚନା କରାଯାଇଛି । ମେଣ୍ଟ ଆଲୋଚନା ହୋଇଥିଲା, ଏକା ଲଢ଼ିବୁ ବୋଲି ମତ ଦେଇଛୁ । ମେଣ୍ଟ ନେଇ କିଛି ଫାଇନାଲ ହୋଇନି ବୋଲି ଜୁଏଲ ଓରାମ କହିଛନ୍ତି। ।

ଓଡ଼ିଶାରେ ବିଜେପି ଏକୁଟିଆ ଲଢ଼ିବାକୁ ମତ ଦେଇଛୁ, ତେବେ କେନ୍ଦ୍ରୀୟ କୋର କମିଟି ତଥା କେନ୍ଦ୍ରୀୟ ନେତୃତ୍ବ ଯାହା ନିଷ୍ପତ୍ତି ନେବ ବୋଲି ଶ୍ରୀ ଓରାମ କହିଛନ୍ତି । ବିଜେଡି-ବିଜେପି ମେଣ୍ଟ କେବଳ ଚର୍ଚ୍ଚା ହେଉଛି, କିନ୍ତୁ ଏ ସଂକ୍ରାନ୍ତରେ କେନ୍ଦ୍ରୀୟ ନେତୃତ୍ବ କୌଣସି ସୂଚନା ଦେଇନାହାନ୍ତି।

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ରଙ୍କ ସହ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଉପସ୍ଥିତ ଥିବା ସୂଚନା ମିଳିଛି ।

Related Articles

Back to top button