ମନରେଗା ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଲେ ପ୍ରଧାନ ମନ୍ତ୍ରୀ ମୋଦି

ମନରେଗା ଶ୍ରମିକଙ୍କ ପାଇଁ ବଢ଼ିଲା ପାରିଶ୍ରମିକ । ନିର୍ବାଚନ ପୂର୍ବରୁ ଶ୍ରମିକ ମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । ଗ୍ରାମାଞ୍ଚଳ ଶ୍ରମିକମାନଙ୍କ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ମନରେଗା ପାରିଶ୍ରମିକରେ ୩ରୁ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ସମସ୍ତ ଶ୍ରମିକ ଖୁଶିବ୍ୟକ୍ତ କରିଛନ୍ତି ।

ଶ୍ରମିକ ମାନଙ୍କ ଦୁଃଖକୁ ଦୂର କରିବା ପାଇଁ ପ୍ରଧାନ ମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ନୂଆ ପାରିଶ୍ରମିକ ଅନୁସାରେ ଓଡିଶା ଶ୍ରମିକ ପାଇବେ ୨୫୪ ଟଙ୍କା ମଜୁରୀ । ଆସନ୍ତା ଏପ୍ରିଲ ୧ରୁ ଲାଗୁ ହେବ ନୂଆ ମଜୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଉନ୍ନତି କରିବା ପାଇଁ ଅନେକ ପଦକ୍ଷେପ ନେଉଥିଲାବେଳେ ଏହା ହେଉଛି ଅନ୍ୟତମ । ଯାହାଦ୍ୱାରା ଗରିବ,ଦିନ ମଜୁରିଆ ଲୋକଙ୍କ ଦୁଃଖ ଦୂର ହୋଇପାରିବ । ପ୍ରଧାମମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ପାଇଁ ସମସ୍ତ ଶ୍ରମିକ ତାଙ୍କୁ ପ୍ରଶଂସା କରୁଛନ୍ତି ।

Related Articles

Back to top button