ଗଗନଯାନ ମିଶନ ପାଇଁ ଆଜି ୪ ଜଣ ମହାକାଶଚାରୀଙ୍କନାମ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଚନ୍ଦ୍ରଯାନର ସଫଳତା ପରେ ଗଗନଯାନ ଉପରେ ଲକ୍ଷ୍ୟ ରଖିଛି ଏହି ଅନୁସନ୍ଧାନକାରୀ ସଂସ୍ଥା । ଗଗନଯାନ ମିଶନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ୪ ଜଣ ମହାକାଶଚାରୀଙ୍କନାମ ଘୋଷଣା କରିଛନ୍ତି । ମୋଦୀଙ୍କ ଘୋଷଣା ପୂର୍ବରୁ ଗଣମାଧ୍ୟମରେ ୪ଜଣ ମହାକାଶଚାରୀଙ୍କ ନାମ ଘୁରି ବୁଲୁଥିଲା । ସେ ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ମୋଦୀ ସେହି ୪ ମହାକାଶଚାରୀଙ୍କ ନାମ ଘୋଷଣା କରିଛନ୍ତି । ଗଗନଯାନ ମିଶନ ପାଇଁ ଘୋଷଣା କରାଯାଇଥିବା ୪ ମହାକାଶଚାରୀମାନେ ହେଉଛନ୍ତି ଗ୍ରୁପ୍‌ କ୍ୟାପ୍‌ଟେନ୍ ପ୍ରଶାନ୍ତ ବାଲକୃଷ୍ଣ ନାୟାର, ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଜିତ୍‌ କ୍ରିଷ୍ଣନ୍‌, ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା । ଏହି ୪ ମହାକାଶଚାରୀଙ୍କୁ ୱିଙ୍ଗ ଲଗାଇ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ମଦୀ । ତେବେ ଘୋଷଣା ହୋଇଥିବା ଏହି ୪ଜଣ ମହାକାଶଚାରୀ ହେଉଛନ୍ତି ୱିଙ୍ଗ୍ କମାଣ୍ଡର କିମ୍ବା ଗ୍ରୁପ୍ କ୍ୟାପଟେନ୍ । ସମସ୍ତ ଚାରିଜଣ ବେଙ୍ଗାଲୁରୁର ଜ୍ୟୋତିର୍ବିଜ୍ଞାନ ତାଲିମ କେନ୍ଦ୍ରରେ ତାଲିମ ନେଉଥିଲେ ।

Related Articles

Back to top button