ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ନେଇ ପତଞ୍ଜଳୀକୁ ନୋଟିସ୍ ଦେଲେ ସୁପ୍ରିମକୋର୍ଟ

ପତଞ୍ଜଳିକୁ ସୁପ୍ରିମକୋର୍ଟଙ୍କ ଝଟକା । ଅବମାନନା ନୋଟିସ ଦେଲେ ସୁପ୍ରିମକୋର୍ଟ । ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ନେଇ ନୋଟିସ୍ । ପତଞ୍ଜଳି ଆୟୁର୍ବେଦ ଏବଂ ଏମଡିଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ ।

ସୂଚନା ଅନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡାକ୍ତରୀ ଉତ୍ପାଦର ପ୍ରଚାର କରିପାରିବନି ପତଞ୍ଜଳି। ଆଇଏମଏର ଅଭିଯୋଗ ପରେ ପତଞ୍ଜଳିକୁ ସମାଲୋଚନା କରାଯାଇଛି । ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠଙ୍କ ଦ୍ୱାରା ଏହି ଶୁଣାଣି କରାଯାଇଥିଲା । ଔଷଧ ସଂପର୍କିତ ସବୁ ବିଜ୍ଞାପନକୁ ତୁରନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଶ୍ବାସ, ମଧୁମେହ ସଂପର୍କିତ ରୋଗ ଭଲ ହେବାନେଇ କମ୍ପାନୀ ଦେଇଥିଲା ଭ୍ରମାତ୍ମକ ତଥ୍ୟ । ନଭେମ୍ବର ୨୦୨୩ରେ ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲା IMA ।

Related Articles

Back to top button