ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାଂଲାଦେଶର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନା, ଆଜି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି।

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନକୁ ସ୍ୱାଗତ କରି ଭାରତର ରାଷ୍ଟ୍ରପତି କହିଛନ୍ତି ଯେ ଆମର ସହଯୋଗପୂର୍ଣ୍ଣ ଇତିହାସ, ଭାଷା ଏବଂ ସଂସ୍କୃତି ଆମକୁ ପରସ୍ପର ସହ ଯୋଡିଥାଏ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବହୁତ ଉନ୍ନତି ହୋଇଛି। ସେ କହିଛନ୍ତି ଯେ ବାଂଲାଦେଶ ସ୍ବାଧୀନତାର ୫୦ତମ ବର୍ଷ ତଥା ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କର ସୁବର୍ଣ୍ଣ ଜୟନ୍ତୀକୁ ଦୁଇ ଦେଶ ଏକତ୍ର ପାଳନ କରିବା ପ୍ରକୃତରେ ସ୍ବତନ୍ତ୍ର ଅଟେ। ଏହି ଐତିହାସିକ ଉତ୍ସବରେ ଭାଗ ନେବାକୁ ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାଂଲାଦେଶ ସହ ଭାରତର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦର୍ଶାଉଛି।

ରାଷ୍ଟ୍ରପତି ଏହି ଅବସରରେ କହିଛନ୍ତି ଯେ ବାଂଲାଦେଶ ଏହାର ଲୋକଙ୍କ ସାମାଜିକ-ଅର୍ଥନୈତିକ ସମୃଦ୍ଧିରେ ବହୁତ ସଫଳତା ହାସଲ କରିଛି । ସେ ଆଶ୍ବାସନା ପ୍ରଦାନ କରିଛନ୍ତି ଯେ ବାଂଲାଦେଶର ବିକାଶ ଯାତ୍ରାରେ ଭାରତ ଏକ ନିର୍ଭରଯୋଗ୍ୟ ସହଭାଗୀ ହେବ।

ରାଷ୍ଟ୍ରପତି କହିଛନ୍ତି ଯେ ଆମର ସମ୍ପର୍କ ସବୁବେଳେ ସହଯୋଗ ଏବଂ ପାରସ୍ପରିକ ବିଶ୍ୱାସ ଉପରେ ଆଧାରିତ । ମହାମାରୀ ଏବଂ ବର୍ତ୍ତମାନର ଅନ୍ତର୍ଜାତୀୟ ପରିସ୍ଥିତି ପରିପ୍ରେକ୍ଷୀରେ ବିଶ୍ୱ ସଙ୍କଟର ମୁକାବିଲା ପାଇଁ ଭାରତ ଏବଂ ବାଂଲାଦେଶ ଅର୍ଥନୈତିକ ଦୃଷ୍ଟିରୁ ଅଧିକ ମାତ୍ରାରେ ସଂଯୁକ୍ତ ହେବା ଆବଶ୍ୟକ। ସେ କହିଛନ୍ତି ଯେ ଏହି ଗସ୍ତ ଦ୍ବାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ପରିପକ୍ୱ ହେବ ଏବଂ ବିକାଶକୁ ତ୍ବରାନ୍ବିତ କରାଯାଇପାରିବ।

Related Articles

Back to top button