ମଳଦ୍ଵାର ପଟେ ଗ୍ଲାସ୍ ପୁରାଇବା ଘଟଣା: ମାନବାଧିକାର କମିଶନରେ ଅଭିଯୋଗ ପରେ ତନାଘନା

ବ୍ରହ୍ମପୁର: ଗଞ୍ଜାମ ଜିଲାର ବୁଗୁଡ଼ା ବ୍ଲକର ବାଲିପଦର ଗ୍ରାମର କୃଷ୍ଣ ରାଉତଙ୍କ ମଳଦ୍ଵାର ପଟେ ଗ୍ଲାସ୍ ପୂରାଇବା ଘଟଣାରେ ନୂଆ ମୋଡ଼ ଆସିଛି। ଅସ୍ତ୍ରୋପଚାର କରାଯାଇ ପେଟରୁ ଗ୍ଲାସ କଢ଼ାଯାଇଛି ଏବଂ ବ୍ୟକ୍ତି ଜଣକ ସୁସ୍ଥ ଥିବା ଜଣାପଡ଼ିଛି ।

ତେବେ ଘଟଣା ପଦାକୁ ଆସିବା ବେଳେ ଏଭଳି ଅମାନବୀୟ କାଣ୍ଡକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହୋଇଥିଲା । ଘଟଣାର ପୃଷ୍ଠଭୂମି ଯାହା ବି ଥାଉ, ଏହା ଅମାନବୀୟ ଠାରୁ ଆହୁରି ସାଂଘାତିକ।

ଏବେ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ଗୁଜୁରାଟ ମାନବାଧିକାର କମିଶନ।  କମିଶନଙ୍କ ପକ୍ଷରୁ ବ୍ରହ୍ମପୁର ସ୍ଥିତ ବୈଦ୍ୟନାଥପୁର ଥାନାକୁ ଘଟଣାର ସମସ୍ତ ବିବରଣୀ ମଗାଯାଇଛି।

ବର୍ତ୍ତମାନ ଗ୍ଲାସ କିପରି ପଶିଥିଲା ଏବଂ ଅସ୍ତ୍ରୋପଚାରର ବିବରଣୀ ପୋଲିସ ସଂଗ୍ରହ କରୁଛି। ଅସ୍ତ୍ରୋପଚାର କରିଥିବା ଏମକେସିଜିର ଡାକ୍ତରଙ୍କ ସହ ଯୋଗାଯୋଗ କରି ଏକ ବିବରଣୀ ପ୍ରସ୍ତୁତ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ଏହାକୁ ତୁରନ୍ତ ଗୁଜୁରାଟ ମାନବ ଅଧିକାର କମିଶନଙ୍କ ନିକଟକୁ ପଠାଯିବ ।

Related Articles

Back to top button