ମୋଦୀଙ୍କ ସହ ଫୋନ ଯୋଗେ କଥାହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ହମାସ ଆତଙ୍କବାଦୀ ସଂଗଠନ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ଏବେ ବି ଜାରି ରହିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଏନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଇସ୍ରାଏଲ ପ୍ରଧାନମନ୍ତ୍ରୀ ତାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବିପଦ ବେଳେ ସହାୟତା କରିବାକୁ କଥା ଦେଇଛନ୍ତି ।

ଫିଲସ୍ତାନୀ ଚରମପନ୍ଥୀ ସଂଗଠନ ହମାସ ଦ୍ୱାରା ଶନିବାର ଦିନ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପ୍ରଥମରୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଥିଲେ । ଏହାସହ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଇସ୍ରାଏଲକୁ ସମର୍ଥନ କରୁଥିବା କଥା ଲେଖିଥିଲେ ।

ସଦ୍ୟ ସୂଚନା ମୁତାବକ ଇସ୍ରାଏଲ ସେନା ଗାଜା ପଟ୍ଟୀ ଉପରେ ଏୟାର ଷ୍ଟ୍ରାଇକ କରିବା ସହ ପୂରା ଗାଜା ପଟ୍ଟୀକୁ ଘେରାବନ୍ଦୀ କରିଛି । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କି ଇସ୍ରାଏଲର ଆକ୍ରମଣ ଫଳରେ ୬୮୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୩,୭୦୦ରୁ ଅଧିକ ଲୋକ ଆହାତ ହୋଇଛନ୍ତି ।

Related Articles

Back to top button