ୟୁଟ୍ୟୁବ୍‌ ଟପ୍‌ ଟ୍ରେଣ୍ଡିଂ ଲିଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଅଗଷ୍ଟ ୧୫ ଭାଷଣ, ୨୦ ନିୟୁତରୁ ଅଧିକ ଥର ଦେଖାଯାଇଛି

ନୂଆଦିଲ୍ଲୀ: ୟୁଟ୍ୟୁବ୍‌ ଟପ୍‌ ଟ୍ରେଣ୍ଡିଂ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗଷ୍ଟ ୧୫ ଭାଷଣ ରହିଛି। ଏହାକୁ ବହୁ ୟୁଜର ପସନ୍ଦ କରିଛନ୍ତି। ସାାଧାରଣତଃ ଫିଲ୍ମ ଏବଂ ଗୀତ ଭିଡ଼ିଓ ୟୁଟ୍ୟୁବ୍‌ ଟପ୍‌ ଟ୍ରେଣ୍ଡିଂ ଲିଷ୍ଟରେ ରହିଥାଏ। ତେବେ ଏହି ଲିଷ୍ଟରେ ପ୍ରଧାନମନ୍ତ୍ରୀ ଭାଷଣ ରହିଛି।

ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଉଥିବା ଭିଡ଼ିଓକୁ ୨୦ ନିୟୁତରୁ ଅଧିକ ଥର ଦେଖାଯାଇଛି। ସେହିପରି ପତାକା ଉତ୍ତୋଳନ କରୁଥିତ୍ବାର ଭିଡ଼ିଓକୁ ୪.୪ ନିୟୁତରୁ ଅଧିକ ଥର ଦେଖାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ପେଜ୍‌ରେ ଶେୟାର କରାଯାଇଥିବା ସମ୍ପୂର୍ଣ୍ଣ ଭାଷଣକୁ ୧.୫ କୋଟିରୁ ଅଧକ ଲୋକ ଦେଖିଛନ୍ତି

Related Articles

Back to top button