ଶିଳ୍ପପତି ସାଇରସ ମିସ୍ତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ: ଏସ୍‌ପି କହିଲେ ଦ୍ରୁତ ଗତି କାରଣରୁ ହୋଇଥିଲା କାର ଦୁର୍ଘଟଣା

ନୂଆଦିଲ୍ଲୀ: ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ପୂର୍ବତନ ସିଇଓ ସାଇରସ ମିସ୍ତ୍ରୀଙ୍କର ବିୟୋଗ ପ୍ରାଥମିକ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି। ଦ୍ରୁତ ଗତି ହିଁ ଦୁର୍ଘଟଣାର କାରଣ ବୋଲି ରିପୋର୍ଟରେ କୁହାଯାଇଛି।

ସେପ୍ଟେମ୍ବର ୪ ତାରିଖରେ ମୁମ୍ବାଇ-ଅହମଦାବାଦ ଜାତୀୟ ରାଜପଥର ମିସ୍ତ୍ରୀଙ୍କର କାର୍ ଦୁର୍ଘଟଣାରେ ପ୍ରାଣଯାଇଥିଲା। କାର୍‌ଟି ଅଧିକ ଗତିରେ ଯାଇଥିବା କାରଣରୁ ଦୁର୍ଘଟଣା ହୋଇଥିବା ସୂଚନା ରିପୋର୍ଟରେ କୁହାଯାଇଛି।

ଏନେଇ ମହାରାଷ୍ଟ୍ର ପାଲଘର ଏସ୍‌ପି ବାଲାସାହେବ ପାଟିଲ କହିଛନ୍ତି “ତଦନ୍ତ ଜାରି ରହିଛି। ପ୍ରାଥମିକ ଟେକ୍ନିକାଲ ରିପୋର୍ଟ ଅନୁସାରେ, କାର୍ ଦ୍ରୁତି ଗତିରେ ଚଳାଯାଉଥିଲା ବୋଲି ଆମେ କହିପାରିବା। କାର ଗତି ନିହାତି ୧୦୦ ପାଖାପାଖି ଥିବ। ଦୁର୍ଘଟଣା ସମୟରେ ଏହାର ଗତି ୮୯ ଥିଲା। ତେବେ ରାସ୍ତାର ସ୍ଥିତି ସୁଧାରିବା ପାଇଁ ଆମେ ବିଭାଗୀୟ ଅଧିକାରୀଙ୍କ ସହ ମିଶି କାମ କରୁଛୁ।” ବଡ଼ ବଡ଼ ଗାଡ଼ି ଯାଉଥିବାରୁ ଏହି ରାସ୍ତା ପାଇଁ ସ୍ପିଡ୍ ଲିମିଟ ୪୦ ରଖାଯାଇଛି ବୋଲି ଏସ୍‌ପି କହିଛନ୍ତି।

ତେବେ ମିସ୍ତ୍ରୀଙ୍କର ବିୟୋଗ ପରେ ଉକ୍ତ ରାସ୍ତାର ମରାମତି ସହିତ ଦୁର୍ଘଟଣା ପାଇଁ ସୁବ୍ୟବସ୍ଥା କରାଯାଉଛି। ଏନେଇ ଏସ୍‌ପି ପାଟିଲ୍ ପିଡବ୍ଲୁଡି ସହ ବୈଠକ କରିଛନ୍ତି। ଏଣିକି ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଆମ୍ବୁଲାନ୍ସ ଉପଲବ୍ଧ ରହିବ। ଫଳରେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଯାଇ ହେବ ବୋଲି ଏସ୍‌ପି ପାଟିଲ୍ ସୂଚନା ଦେଇଛନ୍ତି।

ତା ସହ ଉକ୍ତ ଏରିଆରେ ଦୁର୍ଘଟଣା କମାଇବାକୁ ନୋଟିସ୍ ବୋର୍ଡ, ବେଆଇନ ରାସ୍ତାହାଣିବାକୁ ରୋକିବା, ଗାଡ଼ିଗୁଡ଼ିକର ଗତି କମାଇବା ପାଇଁ ରମ୍ବଲର ଷ୍ଟ୍ରିପ୍  ଲଗାଇବା, ନୂଆ କ୍ୟାଟ ଆଇସ୍ ଲଗାଇବା ଆଦି କାମଗୁଡ଼ିକୁ ୩ ସପ୍ତାହ ଭିତରେ ସାରିବାକୁ ଜାତୀୟ ରାଜପଥ ପ୍ରାଧିକରଣ(NHAI)କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପାଟିଲ କହିଛନ୍ତି।

Related Articles

Back to top button