ବ୍ୟାନ୍ ହେଲା ୬୭ ପର୍ଣ୍ଣ ଓ୍ଵେବସାଇଟ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣି ଥରେ ଅଶ୍ଳୀଳ ଓ୍ଵେବସାଇଟ୍‌ ଉପରେ ଷ୍ଟ୍ରାଇକ୍ କରିଛନ୍ତି। ସରକାର ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀକୁ ୨୦୨୧ର ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା ଅଦୌଗିକି(ଆଇଟି) ନିୟମ ଉଲ୍ଲଂଘନ ଅଭିଯୋଗରେ ୬୭ ପର୍ଣ୍ଣ ଓ୍ଵେବସାଇଟ୍‌ ନିଷିଦ୍ଧ କରିବାକୁ ଆଦେଶ ଦେଇଛନ୍ତି। ପୁଣେର ଏକ ଅଦାଲତର ଆଦେଶ ଆଧାରରେ ୬୩ ଅଶ୍ଳୀଳ ଓ୍ଵେବସାଇଟ୍‌ ଏବଂ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ତଥା ଆଇଟି  ମନ୍ତ୍ରଣାଳୟ ଦ୍ଵାରା ଜାରି ନିର୍ଦ୍ଦେଶରେ ଚାରି ଓ୍ଵେବସାଇଟ୍‌ ନିଷିଦ୍ଧ କରିବାକୁ କହିଛନ୍ତି।

ବୈଦ୍ୟୁତିକ ଏବଂ ସୂଚନା ପ୍ରଦୌଗିକ ମନ୍ତ୍ରଣାଳୟ ଦ୍ଵାରା ୨୦୨୧ରେ ଲାଗୁ ନୂତନ ଆଇଟି ନିୟମ ଅନୁସାରେ କମ୍ପାନୀ ଦ୍ଵାରା ପ୍ରସାରିତ କୌଣସି ଅଶ୍ଳୀଳ, ଆଂଶିକ ଭାବେ ନିବସ୍ତ୍ର ହେଉ କି ଯୌନ୍ୟ କୃତ୍ୟ କିମ୍ବା ଆଚରଣରେ ଲିପ୍ତ ଦେଖାଯାଏ ତେବେ ଏମିତି ସାମଗ୍ରୀକୁ ହଟାଇବା ବାଧ୍ୟତାମୂଳକ। କୌଣସି ପ୍ରକାରର ଯୌନ ଉଦ୍ଦୀପକ ଦୃଶ୍ୟ ହଟାଇବାକୁ ସରକାର ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀକୁ କହିଛନ୍ତି।

Related Articles

Back to top button