ଫିଫା ବିଶ୍ୱ କପ ଫ୍ୟାନ୍ ଭିଲେଜରେ ଅଗ୍ନିକାଣ୍ଡ

ଦୋହା: କତାରରେ ଖେଳାଯାଉଥିବା ଫିଫା ବିଶ୍ୱକପ ଅବସରରେ ଶନିବାର ଏକ ଅଘଟଣ ଘଟିଛି । ରିପୋର୍ଟ ମୁତାବକ ବିଶ୍ୱକପ ପ୍ରଶଂସକ ଭିଲେଜ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କ୍ୱେଟଫାନ ଦ୍ୱୀପ ଉତରରେ ଥିବା ଏହି ଗ୍ରାମ ଉପରେ କଳା ଧୂଆଁ ଦେଖିବାକୁ ମିଳିଥିଲା । ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତିର କୌଣସି ସୂଚନା ମିଳି ନାହିଁ । ଖବର ମିଳିବା ମାତ୍ରେ ସିଭିଲ ଡିଫେନ୍ସ ଅଧିକାରୀମାନେ ସେଠାରେ ପଂହଚିଥିଲେ । ପ୍ରଶଂସକ ଗ୍ରାମ ନିକଟରେ ଥିବା ଏକ ନିର୍ମାଣଧୀନ କୋଠାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । କତାର ବିଶ୍ୱକପ ଆୟୋଜନ ପାଇଁ ୧୮୫ ବିଲିୟନ ପାଉଣ୍ଡ ଖର୍ଚ୍ଚ କରିଛି । ତେବେ ଏହାର ପ୍ରସ୍ତୁତି ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । ଆର୍ଜେଂଟିନା ଓ ମେକ୍ସିକୋ ମ୍ୟାଚ ଅବସରରେ ଏହି ଦୁର୍ଘଟଣା ଘଟିଥିଲା । ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

Related Articles

Back to top button