
ଆସନ୍ତା ୧୭ରେ ମଧ୍ୟପ୍ରଦେଶ ନିର୍ବାଚନ ,ଭୋପାଳରେ ଗ୍ରାଣ୍ଡ ରୋଡ ସୋ କରିଛନ୍ତି ରାହୁଲ
ଜମୁଛି ମଧ୍ୟପ୍ରଦେଶ ନିର୍ବାଚନ ପ୍ରଚାର । ଆସନ୍ତା ୧୭ରେ ମଧ୍ୟପ୍ରଦେଶ ନିର୍ବାଚନ ହେବାକୁ ଯାଉଥିବାବେଳେ କଂଗ୍ରେସ ପକ୍ଷରୁ ହୋଇଛି ଜୋରଦାର ପ୍ରଚାର । ବିଭିନ୍ନ ଅଞ୍ଚଳକୁ ଗସ୍ତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭୋପାଳରେ ଗ୍ରାଣ୍ଡ ରୋଡ ସୋ କରିଛନ୍ତି ରାହୁଲ । ସେ କହିଛନ୍ତି ଯେଉଁଠି ବିଜେପି ସରକାର କରିଥାଏ ସେଠାରେ ଦୁର୍ନୀତି ଘଟିଥାଏ । କୋଟିପତିଙ୍କ ସୁରକ୍ଷା କରିଥାଏ ଦଳ । ମଧ୍ୟପ୍ରଦେଶରେ ବିଜେପି ସରକାର ଅମଳରେ ପ୍ରଗତି ଘଟିନାହିଁ । ଜିଏସଟି ଜରିଆରେ କୃଷକଙ୍କୁ ଶୋଷଣ କରାଯାଉଛି । ବେରୋଜଗାରୀ ଶୀର୍ଷ ସ୍ଥାନରେ ପହଞ୍ଚିଛି । କର୍ଣ୍ଣାଟକରେ ବିଜେପିର ସ୍ବପ୍ନ ମଉଳି ଗଲା । ମଧ୍ୟପ୍ରଦେଶରେ କଂଗ୍ରେସ ୧୫୦ ଆସନ ପାଇବ ବୋଲି ଜୋର ଦେଇକହିଛନ୍ତି ରାହୁଲ । ଭ୍ରଷ୍ଟାଚାରରେ ମଧ୍ୟପ୍ରଦେଶ ସରକାର ସମସ୍ତ ରେକର୍ଡ ଭଙ୍ଗ କରିଛନ୍ତି ବୋଲି ସେ କହିଛନ୍ତି ।