ଜବରଦଖଲ ଜାଗା ଦର୍ଶାଇ ବଜରଙ୍ଗବାଲୀଙ୍କୁ ନୋଟିସ କଲା ରେଳବାଇ

ଭୋପାଳ: ମଧ୍ୟପ୍ରଦେଶର ମୋରେନାରେ ରେଳ ବିଭାଗର ଏକ ଅଦ୍ଭୁତ କାର୍ଯ୍ୟ ସାମ୍ନାକୁ ଆସିଛି। ମନ୍ଦିରରେ ରଖାଯାଇଥିବା ପ୍ରଭୁ ବଜରଙ୍ଗବାଲୀଙ୍କୁ ବିଭାଗ ନୋଟିସ ଜାରି କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବିଜ୍ଞପ୍ତିରେ ରେଳବାଇ ବଜରଙ୍ଗ ବାଲୀଙ୍କୁ ସାତ ଦିନ ମଧ୍ୟରେ ଜବର ଦଖଲ ହଟାଇବାକୁ କହିଛି।

ଏହା ସହିତ ରେଳବାଇ ପକ୍ଷରୁ ଏକ ଚେତାବନୀ ମଧ୍ୟ ଦିଆଯାଇଛି ଯେ ଯଦି ଜବର ଦଖଲ ହଟା ନ ଯାଏ, ତେବେ ରେଳବାଇ ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ବଜରଙ୍ଗବାଲୀଙ୍କୁ ଜେସିବି ଇତ୍ୟାଦି ଖର୍ଚ୍ଚ ପୈଠ କରିବାକୁ ପଡିବ।

ଗ୍ବାଲିୟର-ଶ୍ୟୋପୁର ବ୍ରଡ ଗଜ ଲାଇନର କାର୍ଯ୍ୟ ଚାଲିଛି ଏବଂ ମୋରେନା ଜିଲାର ସାବଲଗଡ ତହସିଲର ବ୍ରଡ ଗଜ ଲାଇନ ମଧ୍ୟରେ ହନୁମାନ ଜୀଙ୍କର ଏକ ମନ୍ଦିର ଆସୁଛି। ଏହା ମଧ୍ୟ କୁହାଯାଉଛି ଯେ ଏହି ମନ୍ଦିର ରେଳବାଇ ଜମିରେ ନିର୍ମିତ। ସେଥିପାଇଁ ରେଳ ବିଭାଗ ପକ୍ଷରୁ ଭଗବାନ ହନୁମାନଙ୍କୁ ଏହି ଅଜବ ନୋଟିସ ଜାରି କରାଯାଇଛି। ଏହି ବିଜ୍ଞପ୍ତିରେ ରେଳ ବିଭାଗ ହନୁମାନ ଜୀଙ୍କୁ ଚିଠି ଲେଖିଛି ଯେ ଆପଣ ଘର ନିର୍ମାଣ କରି ରେଳବାଇ ଜମି ଜବର ଦଖଲ କରିଛନ୍ତି। ସୋସିଆଲ ମିଡିଆରେ ରେଳବାଇର ନୋଟିସ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ରେଳବାଇର ଚିଠିରେ ଲେଖା ଅଛି, ଆପଣ ସାବଲଗଡର ମଧ୍ୟଭାଗରେ ଏକ ଘର ନିର୍ମାଣ କରି ରେଳବାଇ ଜମି ଜବର ଦଖଲ କରିଛନ୍ତି। ତେଣୁ, ଏହି ବିଜ୍ଞପ୍ତିର ସାତ ଦିନ ମଧ୍ୟରେ ରେଳବାଇ ଜମିରେ ହୋଇଥିବା ଅତିକ୍ରମଣ ହଟାନ୍ତୁ ଏବଂ ରେଳବାଇ ଜମି ଖାଲି କରନ୍ତୁ। ବଜରଙ୍ଗବାଲୀଙ୍କୁ ଦିଆଯାଇଥିବା ଏହି ବିଜ୍ଞପ୍ତିର ଏକ ନକଲ ଆସିଷ୍ଟାଣ୍ଟ ଡିଭିଜନାଲ ଇଞ୍ଜିନିୟର ଗ୍ବାଲିୟର ଏବଂ ଜିଆରପି ଷ୍ଟେଶନ ଦାୟିତ୍ୱରେ ଥିବା ଥାନା ଅଧିକାରୀଙ୍କ ପାଖକୁ ମଧ୍ୟ ପଠାଯାଇଛି।

Related Articles

Back to top button