ଏଲ୍‌ଏସି ନିକଟରେ ଉଡ଼ିଲା ଚାଇନା ଫାଇଟର ଜେଟ, ଭାରତ ଦେଲା ଚେତାବନୀ

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ଲଗାତାର ଉତ୍ତେଜନା ଲାଗି ରହିଛି । ଚାଇନା ସେନା ପକ୍ଷରୁ ସୀମାରେ ସର୍ବଦା ଉସକାଇବା ଭଳି କାମ କରାଯାଉଛି । କିଛିଦିନ ତଳେ ଏଲଏସି ନିକଟରେ ଫାଇଟର ବିମାନ ଉଡୁଥିବା ଦେଖାଯିବା ପରେ ଏବେ ଉଭୟ ଦେଶ ମଧ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି । ଏବେ ଏହାକୁ ନେଇ ଭାରତ ପକ୍ଷରୁ କଡା ଚେତାବନୀ ଦିଆଯାଇଛି । ଭାରତ କହିଛି ନିଜ ବିମାନକୁ ଲଦ୍ଦାଖ ସୀମାଠାରୁ ଦୂରେଇ ରଖୁ ଚାଇନା ।
ସୂଚନାଯୋଗ୍ୟ, ମଙ୍ଗଳବାର ଅର୍ଥାତ୍ ୨ ଅଗଷ୍ଟରେ ପୁଣିଥରେ ଚାଇନା- ଭାରତ ମଧ୍ୟରେ ସେନା ସ୍ତରର କଥାବାର୍ତ୍ତା ହୋଇଥିଲା । ଭାରତ ପକ୍ଷରୁ ଚାଇନା ସେନା ଦ୍ୱାରା ସୀମାରେ ବିମାନ ଉଡାଇବା ଘଟଣାକୁ ଉଠା ଯାଇଥିଲା । ଭାରତ ଚାଇନାକୁ କହିଥିଲା କି ଗତ ଏକ ମାସ ହେବ ଲଗାତାର ଚାଇନା ଯୁଦ୍ଧ ବିମାନ ଲଦ୍ଦାଖ ସୀମା ନିକଟରେ ଉଡୁଥିବା ଦେଖାଯାଇଛି । ତେଣୁ ଏମିତି ଉସକାଇବାଭଳି କାମ କରିବା ତୁରନ୍ତ ବନ୍ଦ କରୁ ଚାଇନା ।
ସୂଚନାଯୋଗ୍ୟ, କିଛିଦିନ ହେବ ଏଲଏସି ନିକଟରେ ଚାଇନା ବିମାନ ଉଡୁଥିବା ଦେଖାଯାଇଥିଲା । ଏହାକୁ ନେଇ ଭାରତ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଥିଲା । ସେନାର ଅଧିକାରୀ ସୀମା ନିକଟରେ ଉଡୁଥିବା ଚାଇନା ଫାଇଟର ଜେଟ ଉପରେ ଲଗାତାର ନଜର ରଖିଥିଲା ଭାରତ । ଏବେ ଏହି ମୁଦ୍ଦାକୁ ଚାଇନା ସାମ୍ନାରେ ଉଠାଇଛି ଭାରତ ।

Related Articles

Back to top button