୨୭ ଜୀବନ ଚାଲିଯିବା ପରେ ରାଜକୋଟ୍ ବାର୍ ଆସୋସିଏସନ ବଡ ନିଷ୍ପତ୍ତି

ଗୁଜରାଟ ରାଜକୋଟରେ ହୋଇଥିବା ଗେମିଂ ଜୋନ୍ ଅଗ୍ନିକାଣ୍ଡ ଦୁର୍ଘଟଣାରେ ଅକାଳରେ ୨୭ ଜୀବନ ଚାଲିଯିବା ପରେ ରାଜକୋଟ୍ ବାର୍ ଆସୋସିଏସନ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଆସୋସିଏସନ୍ ଘୋଷଣା କରିଛି କି ଏହି ଦୁର୍ଘଟଣାରେ କେହି ବି ଓକିଲ ଅଭିଯୁକ୍ତଙ୍କ ପାଇଁ ଲଢିବେ ନାହିଁ । ବାର୍ ଆସୋସିଏସନର ଏହି ନିଷ୍ପତ୍ତି ଘଟଣାର ଗମ୍ଭୀରତା ଓ ଲୋକଙ୍କ ଆକ୍ରୋଶକୁ ଦର୍ଶାଉଛି ।

ଗତ ଶନିବାର ରାଜକୋଟର ଟିଆର୍‌ପି ଗେମ୍ ଜୋନ୍‌ରେ ଭୀଷଣ ଭାବରେ ନିଆଁ ଲାଗିଯିବା ପରେ ରବିବାର ଗେମ୍ ଜୋନ୍ ମ୍ୟାନେଜର ନିତିନ ଜୈନ ଓ ସହଯୋଗୀ ଯୁବରାଜ ସିଂ ସୋଲଙ୍କିଙ୍କୁ ପୋଲିସ ଗିରଫ କରିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଏହି ଗେମ୍ ଜୋନ୍‌ର ୩ ପାର୍ଟନର ଅଛନ୍ତି । ସେମାନେ ହେଲେ ପ୍ରକାଶ ଜୈନ, ଯୁବରାଜ ସିଂହ ସୋଲଙ୍କି ଓ ରାହୁଲ ରାଠୋଡ । ପୋଲିସ ୬ ଜଣଙ୍କ ବିରୁଦ୍ଧରେ ଆଇପିସି ଧାରା ୩୦୪, ୩୦୮, ୩୩୬, ୩୩୮ ଓ ୧୧୪ ଆଧାରରେ ଏଫଆଇଆର୍ ଦାଖଲ କରିଛି । ଏଥିରୁ ୨ ଲୋକଙ୍‌କୁ ଗିରଫ କରାଯାଇଛି ।

ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବା ନେଇ ଘୋଷଣା କରିଛନ୍ତି । ଏକ ବିଶେଷ ଯାଞ୍ଚ ଦଳ (ଏସଆଇଟି) ଗଠନ କରାଯାଇ ପୁରା ମାମଲାର ଯାଞ୍ଚ ଦାୟିତ୍ୱ ଦିଆଯାଇଛି ।

Related Articles

Back to top button