ରାଜପଥ ଓ ସେଣ୍ଟ୍ରାଲ ଭିସ୍ତାର ନାମ ହେବ କର୍ତ୍ତବ୍ୟପଥ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜପଥ ଏବଂ ସେଣ୍ଟ୍ରାଲ ଭିସ୍ତା ଲେନର ନାମ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ନେତାଜୀ ପ୍ରତିମାଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସ୍ଥାନକୁ କର୍ତ୍ତବ୍ୟପଥ ନାମରେ ନାମିତ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟମ୍ବର ୮ରେ ସେଣ୍ଟ୍ରାଲ ଭିସ୍ତାର ପୁର୍ନବିକାଶ ପରିଯୋଜନା କାର୍ଯ୍ୟ (ବିଜୟ ଚୌକରୁ ଇଣ୍ଡିଆ ଗେଟ) କୁ ଉଦଘାଟନ କରିବେ । ସେଣ୍ଟ୍ରାଲ ଭିସ୍ତା ଏଭେନ୍ୟୁରେ ରାଜ୍ୟବାର ଫୁଡ ଷ୍ଟଲ, ସବୁଜିମା, ଗ୍ରାନାଇଟ ପାଦଚଲା ରାସ୍ତା, ଭେଣ୍ଡିଙ୍ଗ ଜୋନ, ପାର୍କିଂ ସ୍ଥଳ ରହିବ । ଏହି ଅଞ୍ଚଳ ୨୪ ଘଂଟା ସୁରକ୍ଷା ବଳୟ ମଧ୍ୟରେ ରହିବ । ଏହି ପ୍ରୋଜେକ୍ଟ ସେପ୍ଟମ୍ବର ୨୦୧୯ରେ ଘୋଷଣା କରାଯାଇଥିଲା । ପ୍ରଧାନମନ୍ତ୍ରୀ ୧୦ ଡିସେମ୍ବର ୨୦୨୦ରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ।

ସେବେଠାରୁ ଏକ ଭବ୍ୟ ତ୍ରିକୋଣୀୟ ସଂସଦ ଭବନ, କେନ୍ଦ୍ରୀୟ ସଚିବାଳୟ, ୩ କିଲୋମିଟରର ରାଜପଥ, ନୂତନ ପ୍ରଧାନମନ୍ତ୍ରୀ ଆବାସ, ନୂତନ କାର୍ଯ୍ୟାଳୟ ଓ ନୂତନ ଉପ ରାଷ୍ଟ୍ରପତି ଏନକ୍ଲେଭ ନିର୍ମାଣ କରାଯିବ। ନୂତନ ସଂସଦ ଭବନକୁ ୬୫,୪୦୦ ସ୍କ୍ୱାୟର ମିଟର ଅଞ୍ଚଳରେ ନିର୍ମାଣ କରାଯିବ। ଏଥିରେ ବୃହତ ସମ୍ବିଧାନ ହଲ, ସଂସଦଙ୍କ ପାଇଁ ଉନ୍ନତ ଧରଣର ଲାଉଞ୍ଜ, ଲାଇବ୍ରେରୀ, ଡାଇନିଂ ଅଞ୍ଚଳ ରହିବ । ଲୋକସଭା ଚ୍ୟାମ୍ବର ୮୮୮ ସଦସ୍ୟ କ୍ଷମତା ବିଶିଷ୍ଟ ହେବ।

Related Articles

Back to top button