ଭାଇ ହାତରେ ରାଖୀ ବାନ୍ଧିବ ଭଉଣୀ, ଉଜ୍ଵଳ ଭବିଷ୍ୟତ କାମନା କରିବ

ବଜାରରୁ ଚାଇନା ରାକ୍ଷୀ ଉଭାନ୍‌, ଚାହିଦାରେ ମାଟି ଓ କାଦୁଅ ତିଆରି ରାଖୀ

ଆଜି ପବିତ୍ର ରାଖୀ, ସାରା ଦେଶ ପାଳନ କରୁଛି। ଘରେ ଘରେ ମିଠା ପିଠାରେ ପୁରି ଉଠିଛି। ଭାଇ ହାତରେ ଭଉଣୀ ରାଖୀ ବାନ୍ଧି ତା’ର ଉଜ୍ଵଳ ଭବିଷ୍ୟତ କାମନା କରିବ। ବଦଳରେ ଭାଇ ଭଉଣୀକୁ ସୁରକ୍ଷା ଦେବାର ସକଂଳ୍ପ କରିବ। ଏମତି ହିଁ ଭାରତରେ ପାଳନ ହେଉଛି ଭାଇ-ଭଉଣୀର ସଂପର୍କକୁ ନେଇ ଏହି ପର୍ବ।

ଖଣ୍ଡେ ପତଳା ରେଶମୀ ଡୋରି ପାଲଟିବ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ। ଏହାକୁ ବାନ୍ଧି ଭଉଣୀ ମାଗିବ ରକ୍ଷାର ପ୍ରତିଶ୍ରୁତି। ରାତି ପାଇଲେ ରାଖୀ ପୂର୍ଣ୍ଣିମା। ଏଥିପାଇଁ ଆଜି ସଟ୍‌ଡାଉନ୍‌ ସତ୍ତ୍ବେ ଚଳଚଞ୍ଚଳ ଥିଲା ରାଖୀ ବଜାର। କିଏ ମନ ପସନ୍ଦର ରାଖୀ ଖଣ୍ଡେ ଭାଇ ପାଇଁ କିଣି ନେଉଥିଲା ତ’ ଆଉ କିଏ ଭଲ ବେପାର ଆଶାରେ ଗ୍ରାହକଙ୍କୁ ଚାହିଁ ରହିଥିଲା। ଚଳିତ ବର୍ଷ ରାଖୀ ଦର ବି ଆକାଶଛୁଆଁ ଥିଲା। ପ୍ରତି ରାଖୀ ପିଛା ଅଢ଼େଇରୁ ୩ ଗୁଣ ଦରଦାମ୍‌ ବୃଦ୍ଧି ଗ୍ରାହକଙ୍କୁ ତାଜୁବ୍‌ କରିଛି। ଏଥର ବଜାରରେ ଚାଇନା ରାଖୀ ନଥିବାରୁ ହାତ ତିଆରି ସ୍ବଦେଶୀ ରାଖୀର ଚାହିଦା ଦେଖିବାକୁ ମିଳିଛି। କିଛି କାରିଗର ମଧ୍ୟ ନିଜ ସୃଜନକୁ ରେଶମୀ ଡୋରରେ ଗୁନ୍ଥି ପରିବେଶ ଅନୁକୂଳ ରାଖୀ ପ୍ରସ୍ତୁତ କରି ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି।

ଭାଇ ହାତରେ ଭଉଣୀ ରାଖୀ ବାନ୍ଧିଲା ବେଳେ ଫୁଲ, ଚନ୍ଦନ ଦେଇ ବନ୍ଦପନା କରି ରାଖି ବାନ୍ଧିବାର ପରମ୍ପରା ଆମ ହିନ୍ଦୁ ସମାଜରେ ପାଳନ ହୋଇଥାଏ। ଅନ୍ୟପକ୍ଷରେ ଏହି ପର୍ବର ଆଉ ଏକ ପରମ୍ପରା ଆମ ଭରତୀୟମାନେ ପାଳନ କରନ୍ତି। ଭାଇକୁ ରାଖୀ ବାନ୍ଧିଲେ ଭାଇ ଭଉଣୀକୁ ଉପହାର ସ୍ଵରୂପ କିଛି ଦେଇଥାଏ। ସେ ଟଙ୍କା ହେଉ କିମ୍ଵା ଅନ୍ୟ କିଛି ଉପହାର।

ରାଖୀ ପୂର୍ଣ୍ଣିମା ଯୋଗୁଁ ମଧ୍ୟ ୩/୪ ଦିନ ପୂର୍ବରୁ ବଜାରମାନଙ୍କରେ ରାଖୀର ଦୋକାନ ଖୋଲିଯାଇଥାଏ। ବିଭିନ୍ନ ଭେରାଇଟିର ରାଖୀ ପ୍ରତି ବର୍ଷ ବଜାରକୁ ଆସିଥାଏ। ଏଥର ବଜାରରେ ହ୍ଵାଟସାପ୍‌ ରାଖୀର ବେଶ ଚାହିଦା ଦେଖିବାକୁ ମିଳିଥିଲା। ହେଲେ ବ୍ରେସଲେଟ ରାଖୀର ଚାହିଦା ଏଥର ମଧ୍ୟ କମି ନାହିଁ।

ବର୍ତ୍ତମାନ ରଖୀ ପୂର୍ଣ୍ଣିମାର ଏହି ପର୍ବ ନିଜ ଙ୍କ ମଧ୍ୟରେ ଆଉ ସୀମିତ ହୋଇ ନାହିଁ। ସ୍କୁଲ, କଲେଜରେ ପାଠ ପଢ଼ୁଥିବା ସହପାଠୀଙ୍କ ମଧ୍ୟରେ ଏହା ଏବେ ପାଳନ ହେଉଛି। ଯିଏ ଯାହାକୁ ଭାଇ ବା ଭଉଣୀ ଭାବିଲା ସେ ତାକୁ ରାଖୀ ବାନ୍ଧି ଏହି ପର୍ବ ପାଳନ କଲେ। ତେବେ ଏହା ଦ୍ଵାରା ସମାଜରେ ଭାଇ-ଭଉଣୀର ପବିତ୍ର ସଂପର୍କ ସୁଦୃଢ଼ ହେବାରେ ଲାଗିଛି।

Related Articles

Back to top button