ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗ : ୧ ନମ୍ବରରେ ବାବର ଆଜମ

ନୂଆଦିଲ୍ଲୀ: ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ପାକିସ୍ତାନ ବ୍ୟାଟର ବାବର ଆଜମ ତାଙ୍କକର ଶୀର୍ଷ ସ୍ଥାନ କାଏମ ରଖିଛନ୍ତି। ୮୧୮ ରେଟିଂ ପଏଣ୍ଟ ସହ ସେ ଏକ ନମ୍ବର ସ୍ଥାନରେ ରହିଛନ୍ତି।  ଅନ୍ୟପଟେ ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍ ଭଲ ପ୍ରଦର୍ଶ କରିବି ସୂର୍ଯ୍ୟକୁମାର ଯାଦବ ୧୧ ପଏଣ୍ଟ ହ୍ରାସ ହୋଇଛି। ତେବେ ଟି-୨୦ ରେଟିଂରେ ସେ ତାଙ୍କ ଦ୍ୱିତୀୟ ସ୍ଥାନ ବଜାଇ ରଖିଛନ୍ତି।

ତେବେ ସୂର୍ଯ୍ୟକୁମାରଙ୍କ ପାଖରେ ଟି-୨୦ରେ ବାବର ଆଜମଙ୍କୁ ପଛରେ ପକାଇବାର ସୁଯୋଗ ଥିଲା। ହେଲେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ଶେଷ ମ୍ୟାଚ୍‌ ନ ଖେଳିବାରୁ ତାଙ୍କ ସ୍ୱପ୍ନର ସାକାର ହୋଇପାରି ନଥିଲା। ଏପଟେ ପାକିସ୍ତାନ କ୍ୟାପ୍ଟେନ୍ ବାବର ଶେଷଥର ପାଇଁ ଏପ୍ରିଲ ଟି-୨୦ ଖେଳିଥିଲେ ବି ସେ ଏବେ ବି ଏକ ନମ୍ବରରେ ରହିଛନ୍ତି।

ତେବେ କେବଳ ସୁର୍ଯ୍ୟକୁମାର ନୁହଁନ୍ତି ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ଭଲ ପ୍ରଦର୍ଶ କରିବି ଭୁବନେଶ୍ୱର କୁମାରଙ୍କ ପଏଣ୍ଟରେ ହ୍ରାସ ହୋଇଛି। ସେ ୯ ନମ୍ବର ସ୍ଥାନକୁ ଖସିଆସିଛନ୍ତି। ଅନ୍ୟପଟେ ରବି ବିଷ୍ଣୋଇ  ୱେଷ୍ଟଇଣ୍ଡିଜ୍ ଟି-୨୦ରେ ୮ ୱିକେଟ୍ ନେଇ ଭଲ ପ୍ରଦର୍ଶ କରିଥିବାରୁ ବୋଲର ତାଲିକାରେ ୫୦ରୁ ୪୪ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଟି-୨୦ ରାଙ୍କିରେ ଶ୍ରେୟସ ଆୟରଙ୍କର ବି ଫାଇଦା ହୋଇଛି। ସେ  ୧୯ ତମ ସ୍ଥାନରେ ପହଞ୍ଚିଛନ୍ତି।

ଆଇସିସି ଟି-୨୦ ପୁରୁଷ ବ୍ୟାଟିଂ ରାଙ୍କିଙ୍ଗ (୧୦ ଅଗଷ୍ଟ ୨୦୨୨)


୧. ବାବର ଆଜମ(ପାକିସ୍ତାନ) ୮୧୮ ପଏଣ୍ଟ
୨. ସୂର୍ଯ୍ୟକୁମାର ଯାଦବ(ଭାରତ) ୮୦୫
୩.ମହମ୍ମଦ ରିଜୱାନ(ପାକିସ୍ତାନ) ୭୯୪
୪. ଆଡେନ ମରକ୍ରମ(ଦକ୍ଷିଣ ଆଫ୍ରିକ)୭୯୨
୫ ଡେଭିଡ୍ ମଲାନ(ଇଂଲଣ୍ଡ) ୭୩୧
୬. ଆରୋନ ଫିଞ୍ଚ(ଅଷ୍ଟ୍ରିଲିଆ) ୭୧୬
୭ .ପାଥମ ନିଶାଙ୍କା(ଶ୍ରୀଲଙ୍କା) ୬୬୧
୮. ଡେଭନ କନୱେ(ନ୍ୟୁଜିଲାଣ୍ଡ) ୬୫୫
୯. ନିକୋଲାସ ପୁରନ(ୱଷ୍ଟଇଣ୍ଡିଜ୍) ୬୪୪
୧୦. ମାର୍ଟି ଗୁପ୍ଟିଲ(ନ୍ୟଜିଲ୍ୟାଣ୍ଡ) ୬୩୮

Related Articles

Back to top button