ରେଳ ଧାରଣାରେ ଦେଶର ପ୍ରଥମ ‘ରାପିଡ ଟ୍ରେନ’, ଦିଲ୍ଲୀ-ସାହିବାବାଦ ମଧ୍ୟରେ ଟ୍ରାଏଲ ରନ୍ ହେବ

ନ୍ୟାସନାଲ କ୍ୟାପିଟାଲ ରିଜିୟନ ଟ୍ରାନ୍ସପୋର୍ଟ (ଏନସିଆରଟିସି) ଦେଶର ପ୍ରଥମ ରାପିଡ ରେଲକୁ ଧାରଣାରେ ଅବତରଣ କରାଇଛନ୍ତି। ଏହା ଗାଜିୟାବାଦ ରାସ୍ତାରେ ଦିଲ୍ଲୀର ସରାୟ କାଲେଖାଁରୁ ମିରଟ ପର୍ଯ୍ୟନ୍ତ ଚାଲିବ। ତେବେ ଏହା ପୂର୍ବରୁ ଦୂହାଇରୁ ସାହିବାବାଦ ମଧ୍ୟରେ ଟ୍ରେନର ପରୀକ୍ଷାମୂଳକ ସଞ୍ଚାଳନ ହେବ। ଅଗଷ୍ଟରୁ ଡିସେମ୍ବର ଶେଷ ସପ୍ତାହ ମଧ୍ୟରେ ଏହା ଚାଲିପାରେ ବୋଲି ଆକଳନ କରାଯାଉଛି।

ଯଦି ପରୀକ୍ଷା ସଫଳ ହୁଏ ତେବେ ୨୦୨୩ ପ୍ରାରମ୍ଭରେ ଏହି ସବୁ ଷ୍ଟେସନ ମଧ୍ୟରେ ଟ୍ରେନ ଚଳାଚଳ ଆରମ୍ଭ ହେବ। ପରେ ମିରଟ ପର୍ଯ୍ୟନ୍ତ ଟ୍ରେନକୁ ଚଳାଯିବ। ରିଜୋନାଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ (ଆରଆରଟିଏସ୍) ରେ ଚାଲିବାକୁ ଥିବା ରାପିଡ ରେଲରେ ଦୁଇ ପ୍ରକାର ଟ୍ରେନ ଚଳାଯିବ। ପ୍ରଥମ ପ୍ରକାର ଟ୍ରେନ ମୋଦିପୁରମରୁ ବେଗମପୁର-ପ୍ରତାପପୁର ଦେଇ ଦିଲ୍ଲୀର ସରାୟ କାଲେଖାଁ ପର୍ଯ୍ୟନ୍ତ ଚାଲିବ। ଏହି ଟ୍ରେନର ନାମ ରାପିଡ ରେଲ ରହିବ।  ସେହିପରି ଦ୍ୱିତୀୟ ପ୍ରକାର ଟ୍ରେନ ମୋଦିପୁରମରୁ ବେଗମପୁର ରାସ୍ତାରେ ପ୍ରତାପପୁର ପର୍ଯ୍ୟନ୍ତ ଚାଲିବ। ଯାହାକୁ ମିରଟ ମେଟ୍ରୋ  ସେବା(ଏମଟିଏସ) କୁହାଯିବ।

୩୦ସଂଖ୍ୟକ ରାପିଡ ରେଳ ଚଳାଚଳ କରିବ। ପ୍ରତି ୧୦ ମିନିଟରେ ଟ୍ରେନ ଆତଯାତ ହେଉଥିବ।  ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଯାତ୍ରା କରୁଥିବା ଏହି ଟ୍ରେନ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟରେ ମାତ୍ର ୪୦ ମିନିଟ୍‌ରେ ପହଞ୍ଚାଇପାରିବ। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀ-ଦୁହାଇ(ଗାଜିୟାବାଦ) ମଧ୍ୟରେ ରେଳ କରିଡୋରକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରାଯାଉଛି। ଯାହା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଟ୍ରାଏଲ ରନ ଲାଗି ଦୁହାଇ ଡିପୋରେ ରାପିଡ ରେଲର ଆସେମ୍ବ୍ଲି କାମ ଇତିମଧ୍ୟରେ ଶେଷ ହୋଇଛି।

ଏହି ଟ୍ରେନର ବଗି ଗୁଡିକୁ ଗୁଜରାଟରୁ ୬ଟି ବଡ଼ ଟ୍ରେଲରରେ ଲଦି ଦୁହାଇ ଅଣାଯାଇଥିଲା। ଗୁଜରାଟର ସାଭଲୀ ପ୍ଲାଣ୍ଟରୁ ରାଜସ୍ଥାନ-ହରିୟାଣା ରାସ୍ତାରେ ରେଳକୁ ଗାଜିୟାବାଦ ଦୁହାଇ ଅଣାଯାଇଥିଲା। ଇଞ୍ଜିନିୟରଙ୍କ ଟିମ ସୋମବାର ପୁରା ଟ୍ରେନକୁ ଆସେମ୍ବ୍ଲ କରି ଧାରଣା ଉପରେ ଛିଡା କରିଦେଇଛନ୍ତି। ରାପିଡ ରେଲ ଆକର୍ଷକ ଆଧୁନିକ ଡିଜାଇନରେ ନିର୍ମିତ ହୋଇଛି। ଏଥିରେ ରିଜେନେରେଟିଭ ବ୍ରେକିଂ ସିଷ୍ଟମ ରହିଛି। ଯେଉଁଥିରୁ ବିଦ୍ୟୁତ ଉତ୍ପାଦନ ହୋଇପାରିବ।

ଏହି ରେଳ ସମ୍ପୂର୍ଣ୍ଣ ଅଟୋମେଟିକ୍ ଟ୍ରେନ ସୁରକ୍ଷା, ଅଟୋମେଟିକ ନିୟନ୍ତ୍ରଣ ଓ ଅଟୋମେଟିକ ସଞ୍ଚାଳନ ହେବ। ଏଥିରେ ବସିବା ଲାଗି ଆରାମପ୍ରଦ ଆସନ ସହିତ ମଝିରେ ଛିଡା ହେବା ଲାଗି ସ୍ଥାନମଧ୍ୟ ରହିବ। ଏହା ଛଡା ଟ୍ରେନ ବଗିରେ ଯାତ୍ରୀଙ୍କ ସାମାନ ରଖିବା ପାଇଁ ସ୍ଥାନ ସମେତ ଲାପଟପ୍, ମୋବାଇଲ ଚାର୍ଜିଂ ସୁବିଧା, ସିସିଟିଭି କ୍ୟାମେରା, ଡାୟନାମିକ ରୁଟ ମ୍ୟାପ୍ ରିଡିଂ ସାଙ୍ଗକୁ ଭେଣ୍ଟିଲେସନ ଓ ଏୟାର କଣ୍ଡିସନ ଲୋକଙ୍କ ଯାତ୍ରାକୁ ଆହୁରି ଆରାମପ୍ରଦ କରିବ ବୋଲି କୁହାଯାଇଛି।

Related Articles

Back to top button